Advertisment

କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...

ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା।

author-image
Sujit kumar Swain
ଅଦ୍ୟତନ ହୋଇଛି
Know History Of Kargil War On Kargil Vijay Diwas 2024

Kargil Vijay Diwas

ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ ।

Advertisment

କାର୍ଗିଲ ଯୁଦ୍ଧ କଣ । କେବେ ହୋଇଥିଲା ଏହି ଯୁଦ୍ଧ ଏବଂ କେତେଦିନ ଧରି ଚାଲିଥିଲା । ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କିଭଳି ଚିହ୍ନଟ କରାଯାଇଥିଲା । ଆଉ ଦେଶ ମାତୃକା ପାଇଁ କିଭଳି ଆମର ବୀର ଯବାନ ସହିଦ ହୋଇଥିଲେ। ପାକିସ୍ତାନ ପଟୁ କଣ ସବୁ କ୍ଷତି ହୋଇଥିଲା। ଜାଣନ୍ତୁ...

ଅଧିକ ପଢନ୍ତୁ : Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

Advertisment

ସେଦିନ ଥିଲା ୧୯୯୯ ମସିହା ଜୁଲାଇ ୨୬ ତାରିଖ।କାର୍ଗିଲ ଯୁଦ୍ଧର ହେଲା ଅନ୍ତ। କାର୍ଗିଲ ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲା ଭାରତୀୟ ସେନା । ଏହି ଯୁଦ୍ଧରେ ସହିଦ ହୋଇଥିଲେ ଭାରତୀୟ ସେନାର ଅନେକ ବୀର ଯବାନ। ସହିଦ ବୀର ଯବାନଙ୍କ ଦେଶପ୍ରତି ସମର୍ପିତ ମନୋଭାବକୁ ମନେ ପକାଇ ପ୍ରତିବର୍ଷ ପାଳନ ହୋଇଆସୁଛି କାର୍ଗିଲ ବିଜୟ ଦିବସ । 

ଚଳିତବର୍ଷ କାର୍ଗିଲ ବିଜୟର ୨୫ତମ ପୂର୍ତ୍ତି ଉତ୍ସବ ପାଳନ କରୁଛି ସାରା ଭାରତ। ଏଥିପାଇଁ ଦେଶର କୋଣଅଣୁକୋଣରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ୧୯୯୯ ମେ ୩ ତାରିଖ । କାର୍ଗିଲ ସେକ୍ଟରରେ କିଛି ସନ୍ଦିଗ୍ଧ ବଙ୍କର ନିର୍ମାଣ କରୁଥିବା ନେଇ ଦେଖିଥିଲେ କିଛି ସ୍ଥାନୀୟ ମେଷ ପାଳକ । ଭାରତୀୟ ସେନା ନିକଟରେ ପହଞ୍ଚିଥିଲା ଏହି ଖବର । ପରେ ଜଣାପଡିଥିଲା ଭାରତୀୟ ମାଟିରେ ପାକିସ୍ତାନୀ ସୈନିକ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ । ପ୍ରଥମେ ମେ ୫ ତାରିଖରେ ସେହି ସ୍ଥାନକୁ ପାଟ୍ରୋଲିଂରେ ଯାଇଥିଲେ ଭାରତୀୟ ସୈନିକ । ହେଲେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀଙ୍କୁ ଆକ୍ରମଣରେ ସହିଦ ହୋଇଥିଲେ ୫ ଭାରତୀୟ ଯବାନ । ଭାରତୀୟ ସେନାର ପାଲଟା ଆକ୍ରମଣରେ ସେପଟୁ ପ୍ରବଳ ଗୁଳିବର୍ଷଣ ହୋଇଥିଲା । ମୋର୍ଟାର ମାଡ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପାକ୍ ସୈନିକଙ୍କ ଆକ୍ରମଣରୁ ସବୁ କିଛି ବୁଝିସାରିଥିଲା ଭାରତୀୟ ସେନା।

ଅଧିକ ପଢନ୍ତୁ : ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...

ପାକ ସୈନିକ ଦୀର୍ଘଦିନ ଧରି ଦ୍ରାସ, କାର୍ଗିଲ, ଟାଇଗର ହିଲକୁ ଅକ୍ତିଆର କରି ବଙ୍କର ଆଦି ନିର୍ମାଣ କରି ଆଡ୍ଡା ଜମାଇଥିବା ଭାରତୀୟ ସେନା ଜାଣିପାରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଭାରତର ଜବାବୀ କଡ଼ା କାର୍ଯ୍ୟାନୁଷ୍ଠାନ। ଆରମ୍ଭ ହେଲା ଯୁଦ୍ଧ । ପାକିସ୍ତାନ ପକ୍ଷରୁ କବଜା କରାଯାଇଥିବା ଆଗୁଆ ଘାଟିକୁ ଭାରତୀୟ ସେନା ପୁଣି ଥରେ ନିଜ ଦଖଲକୁ ଆଣିଥିଲା । ୨ ମାସରୁ ଅଧିକ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ୫୨୭ ଜଣ ବୀର ଯବାନ ସହିଦ ହେଲେ। ୧୩ଶହରୁ ଅଧିକ ଯବାନ ଆହତ ହେଲେ । 

ସେପଟେ ଭାରତୀୟ ସୈନ୍ୟଙ୍କ ଘନ ଘନ ଆକ୍ରମଣରେ ପାକିସ୍ତାନର ୧୨ଶହରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଭାରତ ପକ୍ଷରୁ କୁହାଗଲା । ହଜାର ହଜାର ପାକ୍ ସୈନିକ ବି ଆହତ ହୋଇଥିଲେ। ଶେଷରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନା ଜୁଲାଇ ମାସରେ ପାକିସ୍ତାନ ମାଟିକୁ ଫେରିଥିଲେ । ଆଉ ଜୁଲାଇ ୨୬ରେ ଯୁଦ୍ଧର ହୋଇଥିଲା ପରିସମାପ୍ତି। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ବିଜୟ ଉଲ୍ଲାସରେ ଉତଫୁଲିତ ହୋଇଥିଲା ସାରା ଦେଶ।

Indian Air Force Kargil Vijay Diwas Kargil War
Advertisment
Advertisment