ଲୋକସଭା ପ୍ରାର୍ଥୀ ମାରିଲେ ଚାପୁଡ଼ା । ତେଲେଙ୍ଗାନାର ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜୀବନ ରେଡ୍ଡୀ ଜଣେ କୃଷକ ମହିଳାଙ୍କୁ ଚାପୁଡ଼ା ମାରିଥିବା ଜଣାପଡିଛି ।
ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ୧୦ରେ ଭୁବନେଶ୍ୱରରେ ରୋଡ୍ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ତିନି ଦଳ ତିନି ମହିଳାଙ୍କୁ ଟିକେଟ ଦେଇଛନ୍ତି। କିଏ ଜିତିବ ଜନତାଙ୍କ ମନ ?
ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା।
କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁଜାତା, ପଦବୀର ଅପବ୍ୟବହାର କରୁଥିବା ଏବଂ ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ବିଜେପି ।
ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।
ଖରାକୁ ଖାତିର ନାଇଁ, ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ। ଭୋଟ ପାଇଁ ନେତାଙ୍କ ଚିନ୍ତା, ହେଲେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଚିନ୍ତା କରିବ କିଏ ? କ’ଣ ଏଥିପାଇଁ ରାଜନୈତିକ ଦାୟିତ୍ୱ ନାହିଁ ? ନେତାଙ୍କ ପ୍ରଚାରରେ ପରିବେଶ କଥା କାଇଁ ?
ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
୨୦୨୪ ରେ ସେ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ଗତକାଲି ଦଳ ଛାଡିବା ସହ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇଥିଲେ ।
‘ମୁଁ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍ ସ୍ନେହ ଶ୍ରଦ୍ଧା ପାଇଛି । କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ ।’
୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।
ଶେଷ ତାଲିକାରେ ବିଜେଡି ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କଲା । କିନ୍ତୁ ପ୍ରାର୍ଥୀ ଘୋଷଣା ହେଉ ହେଉ ବିଜେଡିର ଦୁଇ ଜଣ ଦୃଢ଼ ସଂଗଠକ ଦଳ ଛାଡ଼ିଛନ୍ତି ।
ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।
ରହୁଲ ନଆସିବା ଖବର ପ୍ରକାଶ ପାଇବା ପରେ ଏବେ କଂଗ୍ରେସ କର୍ମୀଙ୍କ ମହଲରେ ନିରାଶା ଦେଖିବାକୁ ମିଳିଛି ।
ଆଶା କରାଯାଉଥିଲା କି ବିଜେପି ତାଙ୍କୁ ବରୀ ଆସନରୁ ପ୍ରାର୍ଥୀ କରିବ। ହେଲେ ୨୦୨୪ ନିର୍ବାଚନରେ ମଧ୍ୟ ଦେବାଶିଷଙ୍କୁ ନିରାଶ ହେବାକୁ ପଡିଛି।
ଆଜି ରାୟଗଡା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ । ଦିନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବେ । ଏହାପରେ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ସମାବେଶକୁ ସମ୍ବୋଧନ କରିବେ ।
ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ।
ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତା’ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।
ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହା ଦ୍ବିତୀୟ ନିର୍ବାଚନ କ୍ଷେତ୍ର । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ
ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
24 ମହାସଂଗ୍ରାମ ପାଇଁ ତାରିଖ ଯେତିକି ଯେତିକି ପାଖଉଛି ସେତିକି ଜମି ଆସୁଛି ପ୍ରଚାର ତାତି । କିଏ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ତ ଆଉ କେଉଁ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ବଳ ଯୋଗାଉଛି ପୂରା ପରିବାରର ସାଥ୍। ଏଭଳି କିଛି ରୋଚକ ଚିତ୍ର ଏବେ ନିର୍ବାଚନୀ ପରିବେଶକୁ ବେଶ୍ ସରଗରମ କରିଛି ।
ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।