/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747203799.jpg)
Kalbaisakhi Alert Odisha 2024
ରାଜ୍ୟ କଲବଲ କରୁଛି ତାତି, ଆଜି ତାଣ୍ଡବ ରଚିବ କାଳବୈଶାଖୀ। ଆଜି ଅଧାରୁ ଅଧିକ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି। ଏନେଇ ଖୋର୍ଦ୍ଧା, ପୁରୀ , କଟକ , ଜଗତସିଂହପୁର, ଭଦ୍ରକ , ବାଲେଶ୍ୱର , ମୟୂରଭଞ୍ଜ , କେନ୍ଦୁଝର , କେନ୍ଦ୍ରାପଡ଼ା , ଯାଜପୁର , ନୟାଗଡ଼ , ଗଞ୍ଜାମ , ଗଜପତି , ରାୟଗଡ଼ା , କୋରପୁଟ , ମାଲକାନଗିରି , ନବରଙ୍ଗପୁର , ନୂଆପଡ଼ା , କଳାହାଣ୍ତି ଓ ବଲାଙ୍ଗୀର ଏପରି ୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଘଡ଼ଘଡ଼ି ବର୍ଷା ସହ କିଛି ସ୍ଥାନରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ୪ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଲବଲ କରିବ ତାତି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ: ଓଡିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ !
ଅନ୍ୟପଟେ ଆସୁଛି ବାତ୍ୟା । ଆସନ୍ତା ମେ ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳରେ ପ୍ରବଳ ପ୍ରଭାବ ପକାଇବ । ଏତଦ୍ ବ୍ୟତୀତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ । ଏ ନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, ଟାଙ୍ଗାଇଲ, ମାଇମେନସିଂହ ଏବଂ ସିଲହଟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ । ତେଣୁ ଏହି ଅଞ୍ଚଳରେ ଥିବା ବନ୍ଦରଗୁଡିକୁ ସତର୍କ ସଙ୍କେତ-୧ ଜାରି କରାଯାଇଛି । ବାଂଲାଦେଶ ୱେଦର ଅବଜରଭେସନ ଟିମ୍ ର ସୂଚନା ଅନୁଯାୟୀ, ୧୬ ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଯାହା ପରେ ଧିରେ ଧିରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)