Advertisment

ଶେଷ ଦିନରେ ରାୟବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଠିରୁ କିଶୋରୀ ଲାଲ୍ ଶର୍ମା

ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rahul Gandhi to contest from Rae Bareli

Rahul Gandhi

ଉତ୍ତର ପ୍ରଦେଶ ରାୟବରେଲୀରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଆମେଠିରୁ ପ୍ରାର୍ଥୀ ହୋଇଛନ୍ତି କିଶୋରୀ ଲାଲ୍ ଶର୍ମା। ପ୍ରେସ ରିଲିଜ ଜରିଆରେ କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ରାୟବରେଲୀ ଓ ଆମେଠିକୁ ନେଇ ସସପେନ୍ସ ଲାଗି ରହିଥିଲା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆଜି ହିଁ ଏହି ଦୁଇ ଆସନରୁ ପ୍ରାର୍ଥୀ ଘୋଷଣା କରିଛି ।

Advertisment

ତେବେ ରାହୁଲ ଗାନ୍ଧି ରାୟବରେଲୀରୁ ଆଜି ହିଁ ନାମାଙ୍କନ ଦାଖଲ କରିବେ । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ରହିଥିବାରୁ ରହୁଲଙ୍କ ଓଡ଼ିଶା ଗସ୍ତ ଆଜି ବାତିଲ ହୋଇଛି । ଆଜି ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ, ହେଲେ କାହିଁକି ?

୨୦୦୪ରୁ ୨୦୧୪, ଲଗାତର ଭାବେ ରାହୁଲ ଗାନ୍ଧି ଆମେଠି ଆସନରୁ ଜିତି ଆସୁଥିଲେ। ୨୦୧୪ରେ ତାଙ୍କର ଲଢ଼େଇ ପ୍ରଥମଥର ପାଇଁ ବିଜେପିର ସ୍ମୃତି ଇରାନୀଙ୍କ ସହ ହୋଇଥିଲା। କିନ୍ତୁ ରାହୁଲ ବାଜି ମାରି ନେଇଥିଲେ। ହେଲେ ୨୦୧୯ରେ ସ୍ମୃତି ଇରାନୀ ବେଶ ଚମତ୍କାର ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିଲେ । ୨୦୧୯ରେ ରାହୁଲ ଆମେଠି ସହ କେରଳର ୱାୟନାଡରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଆମେଠିରୁ ହାରିଥିଲେ ମଧ୍ୟ ୱାୟନାଡରୁ ଜିତି ସେ ଲୋକସଭାକୁ ଯାଇଥିଲେ।

Advertisment

ଏଥର ବି ବିଜେପି ସ୍ମୃତି ଇରାନୀଙ୍କୁ ଆମେଠିରୁ ନିଜ ପ୍ରାର୍ଥୀ ଭାବେ ମଇଦାନରେ ଛିଡ଼ା କରାଇଛି। ଅପରପକ୍ଷେ ରାୟବରେଲୀରେ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ଟିକେଟ ଦେଇଛି। ୨୦୧୯ ମସିହା ନିର୍ବାଚନରେ ରାୟବରେଲୀରୁ କଂଗ୍ରେସ ନେତା ସୋନିଆ ଗାନ୍ଧି ଜିତିଥିଲେ। ଏଥିର ଏହି ଆସନରୁ ତାଙ୍କ ପୁଅ ରାହୁଲ ଗାନ୍ଧି ଛିଡ଼ା ହେଉଛନ୍ତି। 

ଏଥର ଆମେଠିରେ କଂଗ୍ରେସ ପ୍ରଥମ ଥର ପାଇଁ କିଶୋରି ଲାଲ ଶର୍ମାଙ୍କୁ ଛିଡ଼ା କରାଇଛି। କିଶୋରୀ ଲାଲ ସୋନିଆ ଗାନ୍ଧିଙ୍କ ଖାସ୍‌ ଅନୁଗତ । ସେ ରାୟବରେଲୀରେ ସୋନିଆ ଗାନ୍ଧିଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ଆମେଠି ଓ ରାୟବରେଲୀ ସବୁବେଳେ ଗାନ୍ଧି ପରିବାର ନିକଟରେ ରହି ଆସୁଥିବା ବେଳେ ଏଥର କିନ୍ତୁ କଂଗ୍ରେସ ଏହି ଆସନରୁ ଜଣେ ଅଣ ଗାନ୍ଧି ପରିବାର ସଦସ୍ୟଙ୍କୁ ଛିଡ଼ା କରାଇଛି।

ଏଥର ମଧ୍ୟ ରାହୁଲ ଗାନ୍ଧି ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ଏବେ ସେ ରାୟବରେଲୀରେ ବି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଆମେଠି ଓ ରାଏବରେଲୀରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ। ଦେଶର ୫ମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଏଠାରେ ମତାଧିକାର ସାବ୍ୟସ୍ତ କରିବେ।

Rahul Gandhi General Election 2024 Congress BJP Odisha Politics
Advertisment
Advertisment