Advertisment

Sitaare Zameen Par: ନେଟିଜେନ୍‌ଙ୍କ ଟାର୍ଗେଟ୍‌ରେ ଆମିର୍‌ ଖାନ୍; ‍ଇଂଲିସ୍ ଫିଲ୍ମରୁ କପି ହୋଇଛି 'ସିତାରେ ଜମିନ୍ ପର'

'ସିତାରେ ଜମିନ୍ ପର'ର ଟ୍ରେଲର ରିଲିଜ୍ ହେବା ପରେ, ସୋସିଆଲ ମିଡିଆ ୟୁଜରମାନେ ଆମିର ଖାନଙ୍କ ଏହି ଫିଲ୍ମକୁ ଏକ କପି ଫିଲ୍ମ ବୋଲି କହିଛନ୍ତି। ସୋସିଆଲ ମିଡିଆ ୟୁଅଜର୍‌ମାନେ ଆମିରଙ୍କ ଫିଲ୍ମକୁ ‘ଚାମ୍ପିଅନ୍ସ’ ସହିତ ତୁଳନା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sitaare Zameen Par netizens claim every scene exactly copied

Sitaare Zameen Par netizens claim every scene exactly copied

ଆମିର ଖାନଙ୍କ ଆଗାମୀ ଫିଲ୍ମ 'ସିତାରେ ଜମିନ୍ ପର'କୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଜବରଦସ୍ତ ଚର୍ଚ୍ଚା ଥିଲା। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି ଯାହାକୁ ବହୁତ ପସନ୍ଦ କରାଯାଇଛି। କିନ୍ତୁ ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ, ସୋସିଆଲ ମିଡିଆ ୟୁଜରମାନେ ଆମିର ଖାନଙ୍କ ଏହି ଫିଲ୍ମକୁ ଏକ କପି ଫିଲ୍ମ ବୋଲି କହିଛନ୍ତି।

Advertisment

ଅଭିନେତାଙ୍କ ଆଗାମୀ ଫିଲ୍ମ "ସିତାରେ ଜମିନ୍ ପର" ହେଉଛି ହଲିଉଡ୍ ଫିଲ୍ମ 'ଚାମ୍ପିଅନ୍ସ'ର ରିମେକ୍। ଏହି ଇଂରାଜୀ ଫିଲ୍ମ 'ଚାମ୍ପିଅନ୍ସ' ସମାନ ନାଁର ସ୍ପାନିସ୍ ଫିଲ୍ମ ଉପରେ ଆଧାରିତ।

ସିତାରେ ଜମିନ୍ ପରର ଟ୍ରେଲର ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆ ୟୁଅଜର୍‌ମାନେ ଆମିରଙ୍କ ଫିଲ୍ମକୁ ‘ଚାମ୍ପିଅନ୍ସ’ ସହିତ ତୁଳନା କରିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ‘ଚାମ୍ପିଅନ୍ସ’ ଏବଂ ‘ସିତାରେ ଜମିନ୍ ପର’ର ଭିଜୁଆଲ୍ ଏକାଠି ଶେୟାର କରିଛନ୍ତି ଏବଂ ଦୁଇଟିର ଦୃଶ୍ୟର ତୁଳନା କରିଛନ୍ତି।

Advertisment
Sitaare Zameen Parନେଟିଜେନ୍‌ଙ୍କ ଟାର୍ଗେଟ୍‌ରେ ଆମିର୍‌ ଖାନ୍

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଆମିର ଖାନଙ୍କ ଫିଲ୍ମର ପ୍ରତ୍ୟେକ ଦୃଶ୍ୟକୁ ଅବିକଳ କପି କରାଯାଇଛି।

ଅଧିକ ପଢ଼ନ୍ତୁ:ଆଜି ରିଲିଜ୍ ହେବ ଆମିର ଖାନଙ୍କ 'ସିତାରେ ଜମିନ୍ ପର' ଟ୍ରେଲର୍; ଜାଣନ୍ତୁ କେତେବେଳେ

ଆମିର ଖାନଙ୍କୁ ଟ୍ରୋଲ୍‌:

ନେଟିଜେନମାନେ ଫ୍ରେମ୍-ଟୁ-ଫ୍ରେମ୍ ତୁଳନା କରି ପୋଷ୍ଟ କରିଛନ୍ତି। ଏହିସବୁ ପୋଷ୍ଟର କମେଣ୍ଟ ସେକ୍ସନ୍‌ରେ ଆମିର ଖାନଙ୍କୁ ସାଙ୍ଘାତିକ ଭାବରେ ଟ୍ରୋଲ୍‌ କରାଯାଉଛି। ଲୋକେ କହୁଛନ୍ତି, “ଆମିର ଖାନ ଫିଲ୍ମର ଦୃଶ୍ୟଗୁଡିକୁ ବହୁତ ଭଲ ଭାବରେ କପି କରିଛନ୍ତି। ସେଥିପାଇଁ ତାଙ୍କୁ ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଏ।”

ସେହିପରି ଆଉ ଜଣେ ଏହା ଉପରେ ମତ ଦେଇ ଲେଖିଛନ୍ତି, “ଫରେଷ୍ଟ ଗ୍ରୁମ୍ପ୍‌ ପରେ, ଆମିର ଖାନଙ୍କୁ ରିମେକରୁ ଦୂରେଇ ରହିବା ଉଚିତ ଥିଲା। ଏହା ମଧ୍ୟ ମାଡ଼ ଖାଇଯିବ।”

୨୦୨୩ରେ ଆସିଥିଲା ‘ଚାମ୍ପିଅନ୍ସ’:

'ଚାମ୍ପିଅନ୍ସ' JioHotstarରେ ଉପଲବ୍ଧ। ଏହି ସାଇଟ୍‌ରେ ଫିଲ୍ମ ବିଷୟରେ ଲେଖାଯାଇଛି ଯେ “ଜଣେ ଅପମାନିତ ପ୍ରଶିକ୍ଷକ ମାନସିକ ସ୍ତରରେ ଅକ୍ଷମ ଖେଳାଳିଙ୍କ ଏକ ଟିମ୍‌କୁ ତାଲିମ ଦିଅନ୍ତି, ସେମାନଙ୍କର ଆଶ୍ଚର୍ଯ୍ୟଜନକ କ୍ଷମତାକୁ ପ୍ରକାଶ କରନ୍ତି ଏବଂ ନିଜ ଜୀବନକୁ ପରିବର୍ତ୍ତନ କରିଦିଅନ୍ତି।” 'ସିତାରେ ଜମିନ୍ ପର'ର ଟ୍ରେଲରରେ ମଧ୍ୟ ସମାନ କାହାଣୀର ଝଲକ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର

Bollywood Aamir Khan Hollywood
Advertisment
Related Articles
Advertisment