ସୁଭଦ୍ରା ଯୋଜନା ସମ୍ବନ୍ଧରେ ବୈଠକ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତାକାଲି ରାଜଧାନୀରେ ରୋଡ୍ ସୋ’ କରିବେ ନଡ୍ଡା ।
ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ କଟକରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ।
ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ। ଅନ୍ୟ କୌଣସି କାମ ନୁହେଁ, ବରଂ କେବଳ ଭୋଟ୍ ଦେବାକୁ ଆସିଛନ୍ତି ଏହି ପରିବାର। ଦେଶ ପାଇଁ ଖଣ୍ଡିଏ ଭୋଟର ମୂଲ୍ୟ କେତେ ଯେ, ମୂଲ୍ୟବାନ ଏମାନେ ଠିକ୍ ଜାଣିଛନ୍ତି।
ନବୀନ ସରକାର ଏଠି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ।
ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ।
ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ସେ ଆସିବେ। ରାଜ୍ୟର ୩ଟି ସ୍ଥାନରେ ପ୍ରଚାର କରିବେ ।
ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ଲୋକ ଭୋଟ୍ ଦେଇଥିବା ବେଳେ ବ୍ରହ୍ମପୁରରେରେ ସର୍ବନିମ୍ନ ମତଦାନ ହୋଇଛି।
ମତେ କ୍ୟାନ୍ସର.... ଡାକ୍ତର କହୁଛନ୍ତି ଏବେ କାଳେ ଚତୁର୍ଥ ଷ୍ଟେଜ୍ । ଆଉ ବେଶୀ ଦିନ ବଞ୍ଚିବିନି । ହୁଏତ ଏଇଟା ମୋର ଶେଷ ଭୋଟ୍। ପୁଅରେ ମେତେ ତୁ ଭୋଟ୍ଦେବାକୁ ନେଇଚାଲେ ।
ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।
ମତଦାନ କେନ୍ଦ୍ର ଆଗରେ ଠିଆ ହୋଇଥିବା ପୋଲିଂ ଅଧିକାରୀଙ୍କ ଗାଡ଼ି ସାମ୍ନାରେ ଚାଲିଛି ଆଲୋଚନା। ଇଭିଏମ୍ ଠିକରେ ସିଲ୍ ହୋଇଛି କି ନାହିଁ, ସେନେଇ ଅଧିକାରୀଙ୍କୁ ପଚାରି ବୁଝୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ। ୪ ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି ।
ଗଣମାଧ୍ୟମରେ ଘନ ଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡି ନେତା।
ରାଜ୍ୟର ୯୦ ପ୍ରତିଶତ ଉପଭୋକ୍ତଙ୍କୁ ମାଗଣା ବିଜୁଳି ନେଇ ବିଜେଡି ଘୋଷଣାରେ ସତ୍ୟତା କେତେ ?
ଆକ୍ରମଣ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେଳ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ ପହଞ୍ଚିଛି।
ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରାଣସୀରେ ଭୋଟ୍ ପଡିବ । ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ତାରିଖ ।
ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ ।
ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।
ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।
ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ମତାଧିକାର ସାବ୍ୟସ୍ତ ଲାଗି ଯୁବାବର୍ଗଙ୍କ ମଧ୍ୟରେ ଯେତିକି ଉତ୍ସାହ ଥିଲା, ଉପାନ୍ତ ଆଦିବାସୀ ଇଲାକାର ଆଦିମ ଜନଜାତି ଭୋଟରଙ୍କ ଭିତରେ ଥିଲା ତାଠୁ ଅଧିକ ଆକର୍ଷଣ।
ଭୋଟ୍ ଭିଡ ଭିତରେ ପ୍ରାୟ ଘଂଟାଏ ଲମ୍ବା ଲାଇନରେ ଲାଗି ମତଦାନ କରିଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ।
ପାତ୍ରପୁର ବ୍ଲକ ପଦାଦିଗି ଓ କନିରିଡ଼ାରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ, କେ.ନୂଆଗାଁର ୫୪ ନମ୍ବର ବୁଥରେ ନିର୍ଦ୍ଦିଷ୍ଟ ଦଳ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ପାଟିତୁଣ୍ଡ ହୋଇଥିଲା ।