Advertisment

ଅନୁଭବଙ୍କ ଅଭିଯୋଗ, ‘ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତକୁ ପ୍ରାର୍ଥୀ କରିଛି ବିଜେଡି’

୨୦୨୪ ରେ ସେ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ଗତକାଲି ଦଳ ଛାଡିବା ସହ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Anubhav Pattnaik Lashes out BJD

Anubhav Pattnaik

ବିଜେଡି ଛାଡିବା ପରେ ଖଣ୍ଡପଡାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ସେ ନାମାଙ୍କନ ଭରିଛନ୍ତି l ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ ଟିକେଟ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡିଥିଲେ l ଅନୁଭବ ୨୦୧୪ରେ ବିଜେଡିରୁ ଲଢି ବିଜୟୀ ହୋଇଥିଲେ । ହେଲେ ୨୦୧୯ରେ ତାଙ୍କୁ ଆଉ ବିଜେଡି ପ୍ରାର୍ଥୀ କରିନଥିଲା । ୨୦୨୪ ରେ ସେ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ଗତକାଲି ଦଳ ଛାଡିବା ସହ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବିନା ପାଟ ପଟୁଆରରେ ନାମାଙ୍କନ ଭରିଲେ ସୋପିଆ, କହିଲେ ଖରା ହେଉଛି...

ଅନୁଭବ ଆହୁରି ଅଭିଯୋଗ କରିଛନ୍ତି, ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ଦିଆଯାଇଛି ବିଜେଡି ଟିକେଟ । ବିଜେଡି ପ୍ରାର୍ଥୀନୀ ହୋଇଥିବା ସାବିତ୍ରୀ ପ୍ରଧାନଙ୍କ ସ୍ୱାମୀ ବେଣୁଧର ପ୍ରଧାନ ଜଣେ ଗଂଜେଇ ବେପାରୀ । ତାଙ୍କ ନାଁରେ ୱାରେଣ୍ଟ ଥିବାବେଳେ ପୂର୍ବତନ ଖଣ୍ଡପଡ଼ା ବ୍ଲକ୍ ଅଧ୍ୟକ୍ଷ ଗୁରୁବାରୀ କଅଁରଙ୍କ ହତ୍ୟା ଘଟଣାରେ ବି ତାଙ୍କ ବିରୋଧରେ ମାମଲା ଚାଲୁ ରହିଛି । ଏସମ୍ପର୍କରେ ସେ ବିଧାନସଭା ପ୍ରଶ୍ନର ଉତ୍ତରରୁ ଜାଣିବାକୁ ପାଇଥିଲେ। ତେଣୁ ଏଭଳି ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଦଳ ଏଥର ପ୍ରାର୍ଥୀ କରି ମୋ ସହ ଅନ୍ୟାୟ କରିଥିବା କହିଛନ୍ତି ଅନୁଭବ।

Advertisment

ତାସହ କାହିଁକି ସେ ବିଜେଡିରୁ ଇସ୍ତଫା ଦେଲେ ବୋଲି ଅନୁଭବ କହିଛନ୍ତି। ଖଣ୍ଡପଡ଼ାରେ ସେ ଦୀର୍ଘଦିନ ଧରି ବିଜେଡି ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ। ହେଲେ ଦଳ ତାଙ୍କୁ ନିରାଶ କରି ଜଣେ ଗଂଜେଇ ବ୍ୟବସାୟୀଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ମୋ ପ୍ରତି ଅନ୍ୟାୟ ହୋଇଛି । ତାସହ ପରୋକ୍ଷରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଇଗିଂତ କରି ଅନୁଭବ କହିଥିଲେ- ୨୦୧୪ ମସିହାରେ ତାଙ୍କୁ ଦଳ ଟିକେଟ୍ ନଦେଇ ଜଣେ ବିଦେଶୀଙ୍କୁ ଟିକେଟ୍ ଦେଇଥିଲା।

ଯେତେବେଳେ ସୌମ୍ୟରଞ୍ଜନ ବିଜେଡି ଶୀର୍ଷ ନେତୃବୃନ୍ଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ମାନ ଆଣୁଥିଲେ, ଦଳ ତାଙ୍କୁ ସେତେବେଳେ ବ୍ୟବହାର କରିଥିଲା। ଯାହାଫଳରେ ସେ ସୌମ୍ୟଙ୍କ ବିରୋଧରେ ନାନା ଟିପ୍ପଣୀମାନ ଦେଇଥିଲେ। ତେବେ ଅନୁଭବଙ୍କ ଆରୋପ ନେଇ ବିଜେଡି, ବେଣୁଧର କି ସୌମ୍ୟରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତେବେ ମୋଟାମୋଟି ଦେଖିବାକୁ ଗଲେ ଖଣ୍ଡପଡ଼ାରେ ବିଗୁଡ଼ୁଛି ବିଜେଡି ସ୍ଥିତି । ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଗତକାଲି ପ୍ରାର୍ଥୀ ଘୋଷଣା ହେବା ପରେ ବିଜେଡିର ଦୁଇ ଟାଣୁଆ ନେତା ଦଳ ଛାଡ଼ିଛନ୍ତି । ପ୍ରଥମେ ଅନୁଭବ ପଟ୍ଟନାୟକ ଦଳ ଛାଡ଼ିଥିବା ବେଳେ ସନ୍ଧ୍ୟାରେ ଗୟାଧର ପରିଡ଼ା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଖରାକୁ ଖାତିର ନାହିଁ, ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ...ପରିବେଶ ପାଇଁ ଦେଖାଯାଉନି ରାଜନୈତିକ ଇଚ୍ଛାଶକ୍ତି

ଗତ ବିଧାନସଭା ନିର୍ବାଚନରେ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକ ରେକର୍ଡ ମାର୍ଜିନ୍‌ରେ ଭୋଟ ପାଇ ବିଜୟୀ ହୋଇଥିଲେ । ହେଲେ ତାଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡି ସେଠାରେ ସତେ ଯେମିତି ଅଡୁଆରେ ପଡ଼ିଯାଇଥିଲା । କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା । 

ସୌମ୍ୟ ଦଳରୁ ବିଦା ହେବା ପରେ ଖଣ୍ଡପଡ଼ାରୁ ମୁଖ୍ୟତଃ ୪ ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ । ଜଣେ ହେଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଗୟାଧର ପରିଡ଼ା, ଶିଶିର ସାହୁ ଓ ବେଣୁଧର ପ୍ରଧାନ । ଖଣ୍ଡପଡ଼ା ବିଜେଡି ପାଇଁ ଏମାନେ ଗୋଟିଏ ଗୋଟିଏ ପିଲର ବୋଲି କୁହାଯାଉଥିଲା। ହେଲେ ଏମାନଙ୍କ ମଧ୍ୟରୁ ବିଜେଡି ବେଣୁଧରଙ୍କ ପତ୍ନୀ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଆଉ ପ୍ରାର୍ଥୀ ଘୋଷଣା ହେବା ପରେ ଅନ୍ୟ ଦୁଇ ଆଶାୟୀ ଦଳ ଛାଡ଼ିଛନ୍ତି ।

BJD BJP Congress Odisha Politics General Election 2024
Advertisment
Advertisment