ଗୁରୁ ସବେଶ୍ବର ପୁରୀ ଜିଲ୍ଳାର ମୂଳବାସିନ୍ଦା । ପାଖାପାଖି ୩୦ ବର୍ଷ ଆଗରୁ ଓଡ଼ିଶୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଚାଲି ଆସିଥିଲେ । ବାସ୍ , ସେହି ଦିନଠୁ ଅହରହ ଚାଲିଛି କଳା ସଂସ୍କୃତିର ପ୍ରଚାର ପ୍ରସାର । କେତେ ସୁନାମ ଧନ୍ୟ କଳାକାର, ସୃଷ୍ଟି କରିଛନ୍ତି ଗୁରୁ ସବେଶ୍ବର । କିନ୍ତୁ ଆଜିଯାଏ ମୁଣ୍ଡ ଉପରେ ଛାତଟିଏ କରିପାରିନାହାନ୍ତି ।
ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଥିଲେ । ଘର କଟକଣା ଯୋଗୁଁ ବାହାରେ ପ୍ରଦର୍ଶନ କରିପାରିନଥିଲେ ।