Advertisment

ପ୍ରବଳ ବର୍ଷାରେ ଭୁସୁଡ଼ିଲା କାନ୍ଥ, ୨ ନାବାଳିକା ମୃତ

ଆସାମ ଗୋଲପାରା ନିକଟରେ ଏକ ଅଘଟଣ ଘଟିଛି । ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ ଗତ ତିନି ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Flood Update

Flood Update

ତାଣ୍ତବ ରଚୁଛି ବନ୍ୟା । ଗତ ଛଅ ମାସ ମଧ୍ୟରେ ଦୁଇଥର ପ୍ରବଳ ବର୍ଷା କାରଣରୁ ଆସାମରେ ବନ୍ୟା ପରିସ୍ଥିତି ଉପୁଜିଛି । ଲଗାତାର କିଛିଦିନ ଧରି ପ୍ରବଳ ବର୍ଷା ଜାରି ରହିଛି। ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମାଟିତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇତିବାର ସୂଚନା ମିଳିଛି । ଉଦ୍ଧାରକାରୀ ଦଳ ମାଟି ତଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Advertisment

ଆଜି ସକାଳୁ ଗୋଲପାରା ନିକଟରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ ଗତ ତିନି ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ବନ୍ୟା ଯୋଗୁ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।

ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମ ଗୌହାଟି ସହ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇ ଜଳବନ୍ଦୀ ଅବସ୍ଥା ଦେଖାଦେଇଛି । ବୋରାଗାର କିଛି ସ୍ଥାନରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଢେମାଜି, ଦିବ୍ରୁଗଡ, ନାଲବରି, ଦକ୍ଷିଣ ସାଲମାର ଭଳି ୭ ଟି ଜିଲ୍ଲାର ପ୍ରାୟ ୮ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି ।

Advertisment

ସେପଟେ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ଲୁମଶନୋଙ୍ଗ ଅଞ୍ଚଳର ଜାତୀୟ ରାଜପଥ-୬ର କିଛି ଅଂଶ ଧସି ଯାଇଛି। ଏହି ଜାତୀୟ ରାଜପଥଟି ଧସିଯିବା ପରେ ମଧ୍ୟ ଭାରତର ପୂର୍ବୋତ୍ତରକୁ ଯିବାଆସିବା ବନ୍ଦ ରହିଛି। ଏହି ରାଜପଥ ଦକ୍ଷିଣ ଆସାମ, ମିଜୋରାମ, ତ୍ରିପୁରା ଏବଂ ମଣିପୁରର କିଛି ଅଂଶକୁ ଦେଶର ଅନ୍ୟ ଅଂଶ ସହିତ ସଂଯୋଗ କରେ। କୁହାଯାଉଛି ଯେ ଯଦି ଶୀଘ୍ର ଏହି ରାଜପଥରେ ପରିବହନ ଆରମ୍ଭ ନହୁଏ, ତେବେ ଏହି ଅଞ୍ଚଳରେ ଅନେକ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟାହତ ହୋଇପାରେ।

Heavy Rainfall Flood Landslide
Advertisment
Advertisment