/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654840714.jpg)
A wooden bridge was washed away by flood waters
ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଏହାସହ ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି ସାଉଥ୍ ଗାରୋ ହିଲ୍ ଓ ୱେଷ୍ଟ ଗାରୋ ହିଲ୍ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଛି । ତେବେ ଭାସିଯାଇଥିବା ଏହି ପୋଲଟି ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିଲା । ଗତକାଲି ନଦୀରେ ହଠାତ ବନ୍ୟା ଆସିବାରୁ ପୋଲଟି ଭାସି ଯାଇଥିବା ସୂଚନା ମିଳିଛି ।
ଦେଖନ୍ତୁ ବନ୍ୟାର ପ୍ରଖର ସୁଅରେ କିପରି ପୋଲଟି ଭାସିଯାଉଛି :-
#ନଦୀରେ_ବନ୍ୟା_ଆସିବାରୁ_ଭାସିଗଲା_ପୋଲ
ମେଘାଳୟରେ ବର୍ଷା ବିତ୍ପାତ। ଲଗାଣ ବର୍ଷା ଯୋଗୁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିବା ପୋଲ ଭାସିଗଲା । #Meghalaya#OTVpic.twitter.com/0xMRiHwFK4— ଓଟିଭି (@otvkhabar) June 10, 2022
ଅନ୍ୟପକ୍ଷେ, ଆସାମର ବିଶ୍ୱନାଥ ଜିଲ୍ଲାରେ ବଜ୍ରାଘାତରେ ୬ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଶ୍ୱନାଥ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ବିଶ୍ୱନାଥ ଜିଲ୍ଲାର ପଭୋଇ ଚା’ ବଗିଚା ଓ ଭାଜୁଲି ଗଡ଼ର ଚା’ ବଗିଚାର ଶ୍ରମିକ ଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)