କୋଭିଡ୍ କଟକଣା ଯୋଗୁ ୨ବର୍ଷ ହେବ ଉତ୍ସବ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିବାରୁ ଏଥର ଧୁମ୍ଧାମ୍ରେ ସମସ୍ତେ ଦଶହରା ପାଳନ କରିବାକୁ ଭୁଲୁ ନାହାଁନ୍ତି। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମାତିଛନ୍ତି ସେଲିବ୍ରେସନରେ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଏବେ ସେଲିବ୍ରେସନ୍ ମୁଡ୍ରେ।
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।
ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ କୋଲକାତାରେ ଉତ୍ସବର ପରିବେଶ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି।
ଆଜି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ କାଲି ମହାସପ୍ତମୀରେ ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା। ସେହିପରି ମହାଷ୍ଟମୀରେ ୩ ତାରିଖରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।
ଦୁର୍ଗାପୁଜା ପାଇଁ ଦିନ ଯେତିକି ଯେତିକି ପାଖେଇ ଆସୁଛି, ସେହି ଅନୁସାରେ ପୁଜା ମଣ୍ଡପଗୁଡିକ ପ୍ରସ୍ତୁତି ମଧ୍ୟ ଚାଲିଛି । କଟକଣା ଯୋଗୁଁ ଗତ ୨ବର୍ଷ ହେବ ମାଆଙ୍କ ମୂର୍ତ୍ତିରେ ଲାଗି ହୋଇପାରି ନଥିଲା ଚାନ୍ଦି ମେଢ। ଏଥର ପୁଣି ଥରେ ଚାନ୍ଦି ମେଢ ମଣ୍ଡପରେ ଝଟକିବାର ସୁଯୋଗ ଥିବାରୁ ଚାନ୍ଦିମେଢ ସଫେଇରେ ଲାଗିଛନ୍ତି ପ୍ରମୁଖ ପୂଜା କମିଟିଗୁଡିକର କର୍ମକର୍ତ୍ତା ।
ଆସନ୍ତା ୨ ତାରିଖରୁ ଅର୍ଥାତ୍ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମାଆଙ୍କ ଆଗମନରେ ପାର୍ବଣ ଋତୁ ଆରମ୍ଭ ହୋଇଛି । ତାସହ ଏକାକାର ହୋଇଛି ପ୍ରକୃତି ଓ ପରିବେଶ ।
ପାଖେଇ ଆସୁଛି ଦୁର୍ଗାପୂଜା...କାରିଗରମାନେ ମୂର୍ତ୍ତି ତିଆରିରେ ଲାଗିପଡ଼ିଛନ୍ତି...ଚାଲନ୍ତୁ ଦେଖିବା ରାଜଧାନୀର ପ୍ରମୁଖ ପୂଜା ମଣ୍ଡପରେ କେମିତି ଚାଲିଛି ମୂର୍ତ୍ତି ନିର୍ମାଣ...
ଏଥର ଦୁର୍ଗାପୂଜାରେ ପୁରୁଷ ନୁହେଁ ମା’ଙ୍କୁ ପୂଜା କରୁଛନ୍ତି ମହିଳା ପୁରୋହିତ ।
୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି ।
ପୂଜା ଉତ୍ସାହକୁ ଫିକା କରିଦେଇପାରେ ବର୍ଷା ।
ଦୁର୍ଗାପୂଜା ଯେତିକି ପାଖେଇ ଆସୁଛି, ଭକ୍ତଗଣ ସେତିକି ଉଲ୍ଲସିତ ହେଉଛନ୍ତି। କୋଉଠି ସୁଉଚ୍ଚ ତୋରଣ ନିର୍ମାଣ ଚାଲିଛି ତ ଆଉ କୋଉଠି ସୁନ୍ଦର ମେଢ଼ ତିଆରି ଚାଲିଛି।
ନବରାତ୍ରୀରେ ନଅ ପ୍ରକାରର ଦୁର୍ଗାଙ୍କୁ ପୂଜା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ତେବେ ଏହି ନବଦୁର୍ଗା ଓ ଶରୀରର ତତ୍ତ୍ୱ ସହିତ କ’ଣ ରହିଛି ସମ୍ପର୍ଣ୍ଣ ଆସନ୍ତୁ ଜାଣିବା।
ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ୍ କଟକଣା ନଥିବାରୁ ଲୋକେ ମହା ଆନନ୍ଦରେ ପୂଜାରେ ସାମିଲ୍ ହୋଇ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି।
ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ। ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍। ଦଶହରାକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ କରାଯାଇଛି।
ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପ କେଉଁ ଥିମ୍ରେ ହେଉଛି ଚାଲନ୍ତୁ ଜାଣିବା ।
ଆସୁଛି ପାର୍ବଣ। ପାର୍ବଣକୁ ନେଇ ଏବେ ଚିନ୍ତାରେ ପୋଲିସ। କେମିତି ଟ୍ରାଫିକ ନିୟନ୍ତ୍ରଣ ହେବ, କେମିତି ଅପରାଧ ନିୟନ୍ତ୍ରଣ ହେବ ? ଆଜିଠୁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ। ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ। ଭିଡ ମଧ୍ୟ ଅସମ୍ଭାଳ ହେବ। ଏହାକୁ ଦୃଷ୍ଟିରେ ରଖି ସବୁପ୍ରକାର ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ତଥାପି ପୂଜା ମଣ୍ଡପରେ ଭିଡ ସମ୍ଭାଳିବା ପୋଲିସ ପାଇଁ ବଡ ଚାଲେଞ୍ଜ ହେବ।
ପାର୍ବଣ ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ଲୁପ୍ରିଣ୍ଟ
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହୃତ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ। ତେବେ ଓଡିଶାରେ ଦଶହରା କେବେ ଠାରୁ ପାଳନ ହେଲା ଓ ଏହାକୁ ପ୍ରଥମେ କିଏ କରେଇଲେ ଜାଣିବା ପାଇଁ ପଢନ୍ତୁ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।
ସାରା ଭାରତରେ ଦୁର୍ଗାପୂଜାକୁ ପବିତ୍ର ମନରେ ପାଳନ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ବେଶ୍ୟାଳୟ ଅଗଣାର ମାଟି ବିନା ତିଆରି ହୋଇପାରେନା ମା’ଙ୍କ ମୂର୍ତ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ। ୫ ତାରିଖ ବିଜୟାଦଶମୀ । ଚଳିତବର୍ଷ ମହାଷ୍ଟମୀ ପୂଜା ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।
ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ। ମା ହାତୀ ବାହନରେ ଧରାପୃଷ୍ଠକୁ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।
ଏଥର ୨ ବର୍ଷ ପରେ ବିନା କୌଣସି କଟକଣାରେ ପୁରା ଧୁମାଧାମରେ ହେବ ଦୁର୍ଗାପୂଜା ।