• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨ ବର୍ଷ ପରେ ଜମିବ ପାର୍ବଣର ମାହୋଲ। ପୂଜା ସମୟରେ ରାତି ୧୨ଟା ଯାଏ ଚାଲିପାରିବ ମେଲୋଡି । ରାତି ୧୨ଟା ପରେ କୌଣସି ପୂଜା କମିଟି ମେଲୋଡି କରିପାରିବେ ନାହିଁ । ଦୁର୍ଗାପୂଜା ନେଇ ବିଏମ୍‌ସିର ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମେୟର, କମିଶନରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ହୋଇଥିଲା । ଏଥର ୨ ବର୍ଷ ପରେ ବିନା କୌଣସି କଟକଣାରେ ପୁରା ଧୁମାଧାମରେ ହେବ ଦୁର୍ଗାପୂଜା ।

ରାଜଧାନୀ ରେ ଏଥର ୧୭୮ଟି ମେଢ଼ ହେବ ବୋଲି ଜଣାପଡ଼ିଛି । ତା’ ପୂର୍ବରୁ ରାସ୍ତା ମରାମତି, ଆଲୋକ ଓ ପରିମଳ ବ୍ୟବସ୍ଥା, ମୁକୁଳା ଡ୍ରେନ ମରାମତିକୁ ଗୁରୁତ୍ୱ ଦିଆଯାଇଛି । ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷାକୁ ମଧ୍ୟ ଗୁୁରୁତ୍ୱ ଦିଆଯାଉଛି । ବିସର୍ଜନ ସମୟରେ ମେଳଣ ହେବ ଓ ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ଏଥପାଇଁ ସବୁ ପୂଜା କମିଟି ସହିତ ଆଲୋଚନା ହୋଇଛି । ସବୁ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସୁରୁଖୁରୁରେ ପୂଜା ସାରିବାକୁ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପଟେ ଘନଘନ ବୈଠକ ଡାକି କେମିତି ପୂଜା ପାଇବେ ମାଆ ଦୁର୍ଗତୀନାସିନି ସେନେଇ ପୂରା ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କଲେଣି ପୂଜା କମିଟି । ହେଲେ ବିଏମସିର ଅପାରଗତା ପାଇଁ ସେମାନେ ଚିନ୍ତାରେ । କାରଣ ଏଠି ରାସ୍ତା ସାରା ଖାଲ । ପୁଣି ମୁକୁଳା ପଡିଛି ଡ୍ରେନ । ଆଉ ଏମିତି ପରିସ୍ଥିତିରେ କେମିତି ରାଜଧାନୀରେ ପୂଜା ହେବ ସେଇ ଚିନ୍ତାରେ କମିଟି ମେମ୍ବର । ଏମିତିକି କେଉଁଠି ଖାଲ ତ କେଉଁଠି ତିଆରି ହୋଇଛି ଫାଳେ ରାସ୍ତା । ଫଳରେ ସାଇକେଲ ବେଗରେ ଚାଲୁଛି ଗାଡି l

ନୟାପଲ୍ଲୀ ପୂଜା ମଣ୍ଡପ ଆଗରେ ହିଁ ମେଂଚାଏ ଖାଲ । ସହଜରେ ତ ପାଣି ଜାଗା ତେଣୁ ଟ୍ରାଫିକ ସମସ୍ୟା ଏଠି ସବୁ ବର୍ଷ ଟେନସନ୍ ଦେଉଛି ଶ୍ରଦ୍ଧାଳୁଙ୍କୁ । ଖାଲି ନୟାପଲ୍ଲୀ ନୁହେଁ ଏମିତି ଅନେକ ପୂଜା ମଣ୍ଡପରେ ସମାନ ସମସ୍ୟା । ତେବେ ଭକ୍ତଙ୍କ ସୁବିଧା ପାଇଁ ପୂଜା ପୂର୍ବରୁ ସବୁ ସମାଧାନ ପାଇଁ ବିଏମସି ନିକଟରେ ଦାବି ଜଣାଇଛନ୍ତି ପୂଜା କମିଟି ।

ଅନ୍ୟପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ଭସାଣୀ ପାଇଁ ୩ରୁ ୪ଟି ଅସ୍ଥାୟୀ ପୋଖରୀ ହେବ । ମେଳାରେ ଖାଦ୍ୟର ମାନ ଯାଂଚ ପାଇଁ ୭ ଜଣ ଫୁଡ୍ ଇନିସ୍ପେକ୍ଟର ରହିବେ । ଏହାସହ ମଶାଙ୍କ ପାଇଁ ଧୂଆଁର ବ୍ୟବସ୍ଥା କରାଯିବ । ତେବେ ପୂଜା ପୂର୍ବରୁ ରାସ୍ତାଘାଟ ଓ ନାଳକୁ ପରିସ୍କାର କରିବାକୁ ବିଏମସି କହିଥିବା ବେଳେ ହାତରେ ଆଉ ମାତ୍ର ୧୫ଟା ଦିନ । ତେଣୁ ବିଏମସି କେତେ ପ୍ରତିଶ୍ରୁତି ପାଳନ କରୁଛି ତାହା ଦେଖିବାକୁ ବାକି ରହିଲା ।

 

(ରିପୋର୍ଟ-ସୌମ୍ୟ ରଞ୍ଜନ ସାହୁ)