/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663939732.jpg)
Commissionerate Police issues guidelines
ରାଜଧାନୀରେ ପୂଜା ପାଳନ ବେଳେ ମାନିବାକୁ ପଡ଼ିବ କେତେକ କଟକଣା। ଏନେଇ ପୂଜା କମିଟି ମାନଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି। ସାଉଣ୍ଡ, ଡିଜେ, ଲାଇଟ୍, ଭସାଣ ଶୋଭାଯାତ୍ରା ନେଇ ତାଗିଦ କରିଛନ୍ତି ଡିସିପି। ମଣ୍ଡପରେ ଓ ଭସାଣରେ ବ୍ୟବହୃତ ସାଉଣ୍ଡ ବକ୍ସ ୬୫ ଡେସିବେଲ୍ ଟପିବନି ବୋଲି ସ୍ପଷ୍ଟ କରିଛନ୍ତି।
ଏହା ସହ ଭସାଣରେ ଗୋଟିଏ ବ୍ୟାଣ୍ଡ, ଗୋଟିଏ ମ୍ୟୁଜିକ ପାର୍ଟି ସାମିଲ ହେବେ। ଦଶହରା ମଣ୍ଡପରେ ୪ରୁ ୫ଟି ସାଉଣ୍ଡ ବକ୍ସ ବାଜିପାରିବ। ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବନି। ସାଇଲେନ୍ସ ଜୋନ୍ର ଶହେ ମିଟର ପରିଧିରେ ସାଉଣ୍ଡ ବକ୍ସ ବାଜିବା ମନା ହୋଇଛି। ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି।
ଭସାଣ ଶୋଭାଯାତ୍ରାରେ ସର୍ବାଧିକ ୬ଟି ଟ୍ରଲି ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି। ଶୋଭାଯାତ୍ରାରେ କୌଣସି ଫ୍ଲାସ ଲାଇଟ/ଫୋକସ୍ ଲାଇଟ୍ ବ୍ୟବହାର ହେବନି। କେବଳ ସେତିକି ନୁହେଁ କଟକଣା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଡିସିପି ଚେତାବନୀ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)