Advertisment

ଆସୁଛନ୍ତି ମାଆ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପ କେଉଁ ଥିମ୍‌ରେ ହେଉଛି ଚାଲନ୍ତୁ ଜାଣିବା ।

author-image
Pallipuspa Samal
ଅଦ୍ୟତନ ହୋଇଛି
Durga Puja In Bhubaneswar

durga puja

ସଜେଇ ହେଲାଣି ପୂଜା ମଣ୍ଡପ। ଚାଲିଛି ଇଣ୍ଟେରିଅର ଟେକୋରେସନ କାମ। ବାଉଁଶ କାଠି ସହ ଶଙ୍ଖ ଓ ସାମୁକାରେ ହେଉଛି ସୁକ୍ଷ୍ମ କାରୁକାର୍ଯ୍ୟ । ଏ ଦୃଶ୍ୟ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପର। ଚଳିତ ବର୍ଷ ଏହା ଦିଲ୍ଲୀର ଅକ୍ଷରଧାମ ମନ୍ଦିରର ଭ୍ରମ ସୃଷ୍ଟି କରିବ । ରସୁଲଗଡ଼ ପୂଜା ମଣ୍ଡପ ୨୨ବର୍ଷରେ ପଦାର୍ପଣ କରିଥିବା ବେଳେ ରସୁଲଗଡ଼ ପୂଜା କମିଟି ଏଥର ୮୦ଫୁଟ୍ ଉଚ୍ଚା ଏବଂ ୧୨୦ଫୁଟ୍ ଚଉଡ଼ାର ତୋରଣ କରି ଶ୍ରଦ୍ଧାଳୁଙ୍କ ମନ ଜିଣିବା ପାଇଁ ଲାଗି ପଡ଼ିଛି । କେବଳ ବାଉଁଶ ଚାଞ୍ଚି ଏବଂ ଆଇସ୍କ୍ରିମ୍ କାଠିରେ ନିର୍ମାଣ ହେଉଛି ତୋରଣ ।

Advertisment

ଏପଟେ ବମିଖାଲ ପୂଜା ମଣ୍ଡପରେ ଶୋଭା ପାଇବ ଜୟପୁରର ଲଳିତା ପ୍ୟାଲେସ୍ ଆକୃତିର ତୋରଣ । ଏଠି ବି ତୋରଣର ଭିତର ଏବଂ ବାହାର କାମ ଜୋରସୋରରେ ଚାଲିଛି। ୮୦ଫୁଟ୍ ଉଚ୍ଚ ଏବଂ ୧୨୦ଫୁଟ୍ ଓସାର ବିଶିଷ୍ଟ ତୋରଣ ଛିଡ଼ା କରିବା ଲାଗି ଦିନ ରାତି ଏକ କରି ଦେଇଛନ୍ତି କାରିଗରମାନେ । କୋଲକାତାରୁ ଆସିଥିବା ପ୍ରାୟ ୬୦ ଜଣ କାରିଗର ୨ ମାସ ହେଲା କାମରେ ଲାଗିଛନ୍ତି।

ଦୁର୍ଗାପୂଜା ରେ ବନାରସ୍‌ରେ ଗଙ୍ଗା ଘାଟ ବୁଲିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ବନାରସ୍ ଗଙ୍ଗା ଘାଟ ଢାଞ୍ଚାରେ ଚଳିତ ବର୍ଷ ପୁରୁଣା ଷ୍ଟେସନ ବଜାରର ଦୁର୍ଗାପୂଜା କମିଟି ତୋରଣ ନିର୍ମାଣ କରୁଛି, ଯାହା ଶ୍ରଦ୍ଧାଳୁଙ୍କୁ ଏକ ନିଆରା ଅନୁଭୂତି ଦେବ। ତୋରଣର ଚଉଡ଼ା ରହିଛି ୧୨୦ଫୁଟ୍ ଏବଂ ଉଚ୍ଚତା ୪୦ଫୁଟ୍ । ଖାଲି ସେତିକି ନୁହେଁ ଏଠି ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଲାଗି ହେବ ୨ କ୍ୱିଣ୍ଟାଲ ୭ ଶହ ଗ୍ରାମ୍‌ର ଚାନ୍ଦି ଓ ୭ ଶହ ଗ୍ରାମ୍ ଓଜନର ମୁକୁଟ।

Advertisment

ମେଢ଼ ବୁଲା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମନୋରଂଜନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। କରୋନା ପାଇଁ ଦୁଇ ବର୍ଷ ପରେ ଜାକଜମକରେ ପୂଜା ହେଉଥିବାରୁ ସବୁଠି ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ହେବା ଆଶା କରାଯାଉଛି।

Durga Puja 2022
Advertisment
Advertisment