ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ ।
ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।
ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।
ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।
ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ।
ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସ୍ୱାମୀ,ସ୍ତ୍ରୀ କାର୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା।
ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।
ଗାଧୋଇବା ହେଲା କାଳ। ସ୍ନାନ ଯାତ୍ରା ଦେଖିବାକୁ ଯାଇ ନରେନ୍ଦ୍ର ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଗଲେ ଯୁବକ ।
ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।
ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।
କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।
୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ।
କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍ରେ ସ୍କୁଲ୍ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ।
ମହାନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩ ଜଣ ଛାତ୍ର ନିଖୋଜ ଅଛନ୍ତି। ଗତକାଲି ୪ ଛାତ୍ର ସାଇକେଲ୍ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ।
କାଳ ହେଲା ପାଣି ଭିତରୁ ଡଙ୍ଗା ଗୋଟାଇବା। ଯୋରରୁ ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି।
ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି।
କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କୁଟ୍ରୁଗୁଡା ଗାଁର ସୁଶାନ୍ତ ଏବଂ କୁସ୍ମିତା ନାମକ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି ।
ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।
ପୁରୀ ଡେଲାଙ୍ଗ ଲୁଣା ନଦୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ। ଗାଧୋଇବା ବେଳେ ଭାସି ଯାଇଥିଲେ ଦୁଇ ଭାଇ। ଉଦ୍ଧାର କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ମୃତ ଦୁଇ ଭାଇଙ୍କ ବୟସ ୭ ବର୍ଷ ଏବଂ ୩ ବର୍ଷ।
ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।