Advertisment

ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି ୨ ଭାଇ ମୃତ

ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Two Minor Boys Drown In Pond In Nayagarh

Two Minor Boys Drown In Pond In Nayagarh

ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ପାଇଁ ଗତକାଲି ଚାରିଆଡ଼େ ଉତ୍ସବମୁଖର ଥିବାବେଳେ ନୟାଗଡ଼ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଚନ୍ଦ୍ର ଶେଖର ସ୍ୱାଇଁ(୮) ଓ ରୁଦ୍ର ମାଧବ ସ୍ୱାଇଁ(୩)। ଖୁଣ୍ଟୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ସଠିଆପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଗତକାଲି ଦୁଇ ଭାଇ ଚନ୍ଦ୍ର ଶେଖର ଓ ରୁଦ୍ର ମାଧବ ଗାଁ  ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ। ଗାଁଲୋକେ ଉଭୟଙ୍କୁ ଉଦ୍ଧାର କରି ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

ଅନ୍ୟପକ୍ଷେ, ପୋଲିସ୍‌ ଘଟଣାର ତଦନ୍ତ ଚଳାଇ ଥିବାବେଳେ ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

Advertisment

(ରିପୋର୍ଟ-ଆର୍ତ୍ତତ୍ରାଣ ପ୍ରଧାନ, ନୟାଗଡ଼)

Drowning Death Drown In Pond
Advertisment
Advertisment