Advertisment

ରୋଷଣୀ ବଦଳରେ ଉଠିଲା କୋକେଇ: ରାତି ପାହିଲେ ବାହା ହୋଇଥାନ୍ତେ, ତା’ପୂର୍ବରୁ ଚାଲିଗଲା ଜୀବନ...

ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍‌ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
Youth dies just few hours before his marriage in Odisha's Angul

Youth dies just few hours before his marriage in Odisha's Angul

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେନି। ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍‌ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଜଗନ୍ନାଥପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ ନିଶା ବେହେରା।

Advertisment

ସୂଚନା ଅନୁସାରେ, ବାଗେଡିଆ ଅଞ୍ଚଳର ଜଣେ ଝିଅକୁ ଭଲ ପାଇ ଘରକୁ ଆଣିଥିଲେ ନିଶା। ହୋଲି ପରଦିନ ଅର୍ଥାତ୍‌ ମାର୍ଚ୍ଚ ୯ ତାରିଖ ଦିନ ଗାଁ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥାନ୍ତା। ଏଥିପାଇଁ ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ହୋଲି ଦିନ ହୋଲି ଖେଳିସାରି ଘର ପାଖ ଜୋରକୁ ନିଶା ଗାଧୋଇବାକୁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ।

ଗାଧୋଇବା ବେଳେ ପାଣିରେ ବୁଡ଼ି ନିଶାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

Advertisment
Drowning Death
Advertisment
Advertisment