/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645676615.jpg)
TWO drowned to death
୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ ଶିଶୁ ନିଖୋଜ ହୋଇଯାଇଥିଲେ ।
Advertisment
ସୂଚନା ଅନୁସାରେ, ଗତକାଲି ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗାଁର ଆରସି ହାଲଵା ଓ ନନ୍ଦିନୀ ହାଲଵା ପୋଖରୀକୁ ଗାଧୋଇବାକୁ ଯାଇ ଫେରିନଥିଲେ । ୨ ଶିଶୁ ଗାଧୋଉଥିବା ନେଇ ଜଣେ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ଉଭୟଙ୍କ ମୃତଦେହ ମିଳିଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)