• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ରାଉରକେଲାର ଦୀପେଶ ପଟ୍ଟନାୟକ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି କଟକ ସିଡିଏ ସ୍ଥିତ ଏକ ଘରୋଇ କଲେଜର ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟରେ ଗାଧୋଉଥିବା ବେଳେ ନଦୀରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନିଖୋଜ ହୋଇଯାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍, ଫେଜ ଟୁ ଥାନା ପୋଲିସ ଓ ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ।

କିଛି ସମୟ ପରେ ନିଖୋଜ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବ଼ଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।