• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ବସିଛି l ହେଲେ ଘରେ ଘରେ ପହଞ୍ଚି ପାରୁନି ପିଇବା ପାଣି l ଖରାଦିନ ହୋଇଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ l ଏମିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗାଁରେ । ଗ୍ରାମରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ୬୦ରୁ ୭୦ ପ୍ରତିଶତ ଲୋକ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି । ସେହିପରି ୩୦ରୁ ୪୦ ପ୍ରତିଶତ ଲୋକଙ୍କ ଘରେ ପାନୀୟ ଜଳର ସଂଯୋଗୀକରଣ ଥାଇ ମଧ୍ୟ ଠିକ୍ ଭାବେ ଆସୁନି ପାଣି l ଫଳରେ ବିଶୁଦ୍ଧ ପାନୀୟ ଜଳ ଟିକେ ପାଇଁ ଚାତକ ପରି ଚାହିଁ ରହୁଛନ୍ତି ଗ୍ରାମବାସୀ ।

ମଙ୍ଗଳପୁରରେ ୭୦୦ ଘର ଥିବା ବେଳେ ବସୁଧା ଯୋଜନାରେ କେବଳ ୨୮୬ ଘରକୁ ପାନୀୟ ଜଳର ସଂଯୋଗ ହୋଇଛି । ଏବେ ବି ୪୧୪ ପରିବାର ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି l ଏହି ସମସ୍ୟା ବହୁ ବର୍ଷର ହୋଇଥିବା ବେଳେ ନେତାମନ୍ତ୍ରୀଙ୍କ ସମେତ ପ୍ରଶାସନ ଗ୍ରାମବାସୀଙ୍କ ଗୁହାରି ଶୁଣି ନ ଥିବା ଅଭିଯୋଗ ହୋଇଛି । ଏପରିକି ମଙ୍ଗଳପୁର ଗ୍ରାମରେ ନିତ୍ୟ ବ୍ୟବହାରରେ ଲାଗିଲା ଭଳି ପୋଖରୀଟିଏ ବି ନାହିଁ l ସେଥିପାଇଁ ପରିତ୍ୟକ୍ତ ପୋଖରୀକୁ ସଫା କରିବାରେ ଲାଗିପଡ଼ିଛନ୍ତି ଗ୍ରାମବାସୀ l ପୋଖରିରୁ ଦଳ କାଟୁଛନ୍ତି, ଆବର୍ଜନା ସଫା କରୁଛନ୍ତି l ଉଦ୍ଦେଶ୍ୟ କାଳେ ପୋଖରୀ ପାଣି ସଫା ହେଲେ ହୁଏତ କିଛି ମାତ୍ରାରେ ତାଙ୍କର ଜଳ କଷ୍ଟ ଦୂର ହେବ l

ସେପଟେ ଘଟଣା ସଂପର୍କରେ ଅବଗତ ଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି କନିଷ୍ଠ ଯନ୍ତ୍ରୀ । ତେବେ କେବେ ମଙ୍ଗଳପୁର ଗାଁରେ ସମସ୍ତଙ୍କ ପାଇଁ ପାନୀୟ ଜଳ ଉପଲବ୍ଧ ହେଉଛନ୍ତି । ତା ଉପରେ ନଜର ।

  • Reported by:
  • Manoj Muni