ପାଣି ପାଇଁ ହାହା କାର...ସ୍ୱାଧିନତାର ୭୪ ବର୍ଷ ପରେ ବି ବିଶୁଦ୍ଧ ପାଣି ଟୋପେ ପାଉନାହାଁନ୍ତି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ପଞ୍ଚାୟତର ରଖାସାହି ଓ ଧଳାଡିହି ଗ୍ରାମବାସୀ । ଏହି ଦୁଇ ଗାଁ ରେ ୨୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି । ଗାଁ ରେ ଗୋଟିଏ ନଳକୂପ ଥିବାବେଳେ ଏବେ ତାହା ଅଚଳ ସେପଟେ କିଛି ଦୂରରେ ଥିବା ଏକ କୂଅରୁ ଲୋକେ ପାଣି ବ୍ୟବହାର କରୁଥିବାବେଳେ ତାହା ଅସ୍ୱାସ୍ଥ୍ୟକର ହୋଇଥିବାରୁ ପେଟ ରୋଗ ଜନିତ ସମସ୍ୟାରେ ପଡୁଛନ୍ତି।
Published By: Santosh Kumar Sahoo
Last updated: 04 April 2024, 10:43 AM IST
ନେତାଙ୍କୁ ନେହୁରା ହେଲେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ, ହେଲେ କେହି ଶୁଣିଲେନି ।