• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖରାଦିନେ ଉତ୍କଟ ହେବାରେ ଲାଗିଛି ଜଳ ସଂଙ୍କଟ । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ଅବସ୍ଥା । ଖରାଦିନେ ବିଭିନ୍ନ ସ୍ଥାନରେ ଜଳ ଉତ୍ସ ଶୁଖିଲା ପଡିଥିବାରୁ ଲୋକେ ଦୂଷିତ ପାଣିକୁ ଛାଣି ପଇବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘବର୍ଷ ଧରି ଜଳ ସଂଙ୍କଟର ସାମ୍ନା କରୁଥିବା ଲୋକେ ପ୍ରଶାସନକୁ ଜଣାଇ ଜଣାଇ ନୟାନ୍ତ ହେଲେଣି । କିନ୍ତୁ ପ୍ରଶାସନ ଏନେଇ ବେଫିକର୍ ରହିଥିବାର ଅଭିଯୋଗ ହୋଇଛି ।

ଗାଁ ନିକଟରେ ବୋହିଯାଇଥିବା ନାଳ ଗୁଡ଼ିକ ଶୁଖିଲା ପଡ଼ିଛି । ଶୁଖିଲା ନାଳରେ ଚୁଆ ଖୋଳି ପାଣି ନେବାକୁ ଲୋକଙ୍କ ଲାଇନ ଲଗାଇଥିବାର ଦେଖିବାକୁ ମିଳିଛି । ଏହି ଦୂଷିତ ପାଣିକୁ ଲୋକେ ପିଇବା ସହ ଏହି ପାଣିକୁ ଲୋକେ ରୋଷେଇରେ ମଧ୍ୟ ବ୍ୟବହାର କରୁଛନ୍ତି । ଦୀର୍ଘ ବର୍ଷ ଧରି ପ୍ରତିଦିନ ପାଣି ପାଇଁ ଏମିତି କଲବଲ ହେଉଛନ୍ତି ଆନନ୍ଦପୁର ଘଷିପୁରା ବ୍ଲକ ଗୋହିରା ପଞ୍ଚାୟତ କଲାବିଲା ଗାଁ ଲୋକେ ।

ଗ୍ରାମବାସୀଙ୍କ ଦାବି ପରେ ପ୍ରଶାସନ ୫ବର୍ଷ ତଳେ ଏକ ନଳକୂପ ବସାଇଥିଲା । ହେଲେ ସେଥିରୁ ପାଣି ଆସୁନି । ଅନ୍ୟ ପଟେ ମେଗାପାନୀୟ ଜଳ ପ୍ରକଳ୍ପରେ ଗାଁରେ ଷ୍ଟାଣ୍ଡ ପୋଷ୍ଟ ବସାଇବା କାମ ବି ମନ୍ଥର ଗତିରେ ଚାଲିଛି । ପାନିୟଜଳ ସମସ୍ୟା ନେଇ ଓଟିଭି ପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଭେଟିଥିଲେ । ବ୍ଲକ୍ ପ୍ରଶାସନ ସହ ଆଲୋଚନା କରି ଗାଁକୁ ଜଳଯୋଗାଣ କରିବାର ପ୍ରତିଶୃତି ଦେଇଥିଲେ ଉପଜିଲ୍ଲାପାଳ ।

ଫୁଲବାଣୀର ଗଞ୍ଜୁଗୁଡା ପଞ୍ଚାୟତର ୧୦ ନଂ ୱାର୍ଡର ଧୋବଣୀଖୋଲ ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ଥିବା ଦୁଇଟି କୂଅ ଶୁଖିଯାଇଥିବାବେଳେ ଓ ଗୋଟିଏ ମାତ୍ର ନଳକୂପ ଅଚଳ ପଡିଛି । ତେଣୁ ପାଣି ପାଇଁ ଗାଁଠୁ ଦୂର ଏହି ବିଲ କୂଅକୁ ପାଣି ଆଣିବା ପାଇଁ ଯାଉଛନ୍ତି । ଲୋକେ ଚାଷ ପାଇଁ ଉଦ୍ଦିଷ୍ଟ ଥିବା କୂଅର ପାଣି ପିଇବା ଉପଯୋଗୀ ହୋଇନଥିଲେ ବି ଅନ୍ୟ ଉପାୟ ନପାଇ ସେଠାରୁ ପାଣି ନେଉଛନ୍ତି ଲୋକେ । ବହୁବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଏସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।

ବର୍ଷ ବର୍ଷ ଧରି ଉତ୍କଟ ଜଳ ସଙ୍କଟର ସାମ୍ନା କରୁଥିବା ଲୋକେ କେବେ ଏଥିରୁ କେବେ ମୁକ୍ତି ପାଉଛନ୍ତି ତାକୁ ଅପେକ୍ଷା ରହିଛି ।

ରିପୋର୍ଟର- ମୁନା ସିଂହ ଓ ତ୍ରିନାଥ ସାହୁ