Advertisment

ବିଚ୍ ରାସ୍ତାରେ ଗରା, ବାଲଟିର ଲାଗିଛି ଧାଡି

ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।

author-image
Satyendu Shekher Mishra

ବିଚ୍ ରାସ୍ତାରେ ଗରା, ବାଲଟିର ଲାଗିଛି ଧାଡି । ଡହ ଡହ ଖରାରେ ପାଣି ପାଇଁ ଡହଳବିକଳ ଗ୍ରାମବାସୀ ସିଧା ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ। ଏକମାତ୍ର ଜିଦ୍, ପାଣି ଦିଅ, ନହେଲେ ରାସ୍ତାରୁ ହଟିବୁନି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ରତ୍ନପୁରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ବ୍ରହ୍ମପୁର ସହରରୁ ପ୍ରାୟ ୬ କିମି ଦୂର । ଏଠି, ପିଇବା ପାଣି ଟୋପେ ପାଇଁ ବର୍ଷସାରା ହନ୍ତସନ୍ତ ହେଉଛନ୍ତି ୩ ଶହରୁ ଅଧିକ ପରିବାର । ଗାଁରେ ଓଭରହେଡ ଟ୍ୟାଙ୍କ ରହିଛି, ହେଲେ ତାହା ଅଚଳ । ବସୁଧା ଯୋଜନାରେ ଘର ଆଗରେ ପାଇପ୍ କନେକ୍ସନ, ହେଲେ ସେଥିରେ ପାଣିର ନାଁ ଗନ୍ଧ ନାହଁ । ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।

Advertisment
Drinking Water Problem Water Scarcity
Advertisment
Advertisment