/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746507074.jpg)
Jagannath Dham Sign Reinstalled at Digha Temple
ବିବାଦ ପରେ ହଟାଇଥିଲେ, ପୁଣି ଲଗାଇଲେ। ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଛି ଜଗନ୍ନାଥ ଧାମ ଲେଖାଥିବା ବଡ଼ ହୋର୍ଡିଂ। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ନକହିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଚାପ ପରେ ପଶ୍ଚିମବଙ୍ଗ ସରକାର ଏହାକୁ ହଟାଇ ନେଇଥିବା, ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା।
ଏପରିକି ପଶ୍ଚିମବଙ୍ଗ ବିଜେପି ଆଇଟି ସେଲ୍ ମୁଖ୍ୟ ଅମତି ମାଲବ୍ୟ ମଧ୍ୟ ଏକ୍ସରେ ସୂଚନା ଦେଇଥିଲେ। କିନ୍ତୁ ଗତକାଲି ରାତିରେ ପୂର୍ବ ମେଦିନାପୁର ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ସୂଚନା ଦିଆଯାଇଥିଲା। ଜଗନ୍ନାଥ ଧାମ ଲେଖାଥିବା ସୂଚନା ଫଳକ ମନ୍ଦର ଆଗରୁ ହଟା ଯାଇନାହିଁ ବୋଲି କୁହାଯାଇଥିଲା। ପରେ ଗତକାଲି ରାତିରେ ମନ୍ଦିର ଆଗରୁ ହଟାଇଯାଇଥିବା ସାଇବୋର୍ଡକୁ ପୁଣି ଲଗାଉଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଦ୍ୱନ୍ଦ ଦୂର କଲେ ଆଇନ ମନ୍ତ୍ରୀ- ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇନି, ରାମକୃଷ୍ଣ କହୁ କହୁ କହି ଦେଇଥିଲେ
ଏପଟେ ଦୀଘା ଜଗନ୍ନାଥ ମନ୍ଦିର, ଜଗନ୍ନାଥ ଧାମ ନୁହେଁ । ଦୀଘା ମନ୍ଦିର ବିବାଦ ପ୍ରସଙ୍ଗରେ ଗତକାଲି ପ୍ରେସ୍ ରିଲିଜ୍ ଜାରି କରି ଏକଥା ସ୍ପଷ୍ଟ କରିଛନ୍ତି ପୁରୀ ଗଜପତି ମହାରାଜା । ମୁକ୍ତିମଣ୍ଡପ ମତକୁ ଆଧାର କରି ଗଜପତି ଉଲ୍ଲେଖ କରିଛନ୍ତି ଯେ କେବଳ ଜଗନ୍ନାଥ ଧାମ ନୁହେଁ ଆଉ କୌଣସି କ୍ଷେତ୍ରକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର କିମ୍ବା ଶ୍ରୀକ୍ଷେତ୍ର କୁହାଯାଇ ପାରିବନି । ଦୀଘା ମନ୍ଦିରର ପୃଷ୍ଠପୋଷକ ଏଭିଳି ଉଦ୍ୟମରୁ ନିବୃତ୍ତ ରୁହନ୍ତୁ ।
ସେପଟେ ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଥିଲେ । ଏସବୁ ଭିତରେ କିନ୍ତୁ ଗତକାଲି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)