Advertisment

ସରଗରମ ବିଧାନସଭାର ବଜେଟ୍ ଅଧିବେଶନ; ଆଜି ହେବ ଉପବାଚସ୍ପତି ନିର୍ବାଚନ...

ବଜେଟ୍ ଅଧିବେଶନରେ ଗଲା ଦୁଇ ଦିନ ଧରି ହୁଲୁସ ତୁଲୁସ ଚାଲିଛି ଗୃହ। ଆଜି ତୃତୀୟ ଦିନରେ ବି ସମାନ ଧରଣରେ ସରଗରମ ରହିପାରେ ଗୃହ କାର୍ଯ୍ୟ।

author-image
Sujit kumar Swain
ଅଦ୍ୟତନ ହୋଇଛି
Deputy Speaker Election Of Odisha Assembly

Odisha Assembly

ସରଗରମ ବିଧାନସଭା। ବଜେଟ୍ ଅଧିବେଶନରେ ଗଲା ଦୁଇ ଦିନ ଧରି ହୁଲୁସ ତୁଲୁସ ଚାଲିଛି ଗୃହ। ଆଜି ତୃତୀୟ ଦିନରେ ବି ସମାନ ଧରଣରେ ସରଗରମ ରହିପାରେ ଗୃହ କାର୍ଯ୍ୟ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ଆଜି ବି ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଓ ବିରୋଧୀ। 

Advertisment

ଏହାବ୍ୟତୀତ ଆଜି ଉପବାଚସ୍ପତି ନିର୍ବାଚନ ହେବ। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ତୃତୀୟ ଦିନରେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି ଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇପାରେ।

ଅଧିକ ପଢ଼ନ୍ତୁ: ରାସନ କାର୍ଡ ପାଇବେ ୮ ଲକ୍ଷ ନୂଆ ହିତାଧିକାରୀ ! ଜାଣନ୍ତୁ କିଏ ପାଇବେ...କିଏ କଟିବେ...

Advertisment

ସେପଟେ ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍। ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ। 

ଓଡ଼ିଶାର ଅସ୍ମିତାକୁ ନେଇ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗ ପ୍ରସଙ୍ଗ ଉଠାଇ ଗୃହ ଭିତରେ ବିଜେଡି ହଟ୍ଟଗୋଳ କରୁଥିବାବେଳେ ଏଭଳି ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ବି ମନ୍ତ୍ରୀ ସେୟାର କରିଛନ୍ତି। ତେବେ କିଏ ସେହି ଫାଇଭ୍ ଟାଉଟର ତାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା। ଆଉ ଏହାରି ଭିତରେ ମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। 

Odisha Assembly Deputy Speaker
Advertisment
Advertisment