/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700540591.jpg)
Saluga Pradhan became the vice-president
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ। ସାଲୁଗା ପ୍ରଧାନଙ୍କୁ ଉପବାଚସ୍ପତି ଭାବେ ଦାୟିତ୍ୱ । ସାଲୁଗାଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ସାଲୁଗା ବିଧାନସଭାର ଗରିମା ଓ ନିରପେକ୍ଷତା ବଜାୟ ରଖିବେ ବୋଲି ଆଶା । ସେହିପରି କଂଗ୍ରସ ଆଦିବାସୀ ବର୍ଗରୁ ଉପବାଚସ୍ପତି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲା କଂଗ୍ରେସ । ଶେଷରେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ସାଲୁଗା ପ୍ରଧାନ ।
ଅନ୍ୟପଟେ ସାଲୁଗାଙ୍କୁ ନେଇ ଟ୍ରାଇବାଲ୍ କାର୍ଡ ଖେଳି ନିଜ ଛବି ସୁଧାରିବାକୁ ଉଦ୍ୟମ କରିଛି ବିଜେଡି । ନିକଟରେ ତାଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଥିଲା । ଆଉ ଏବ ଉପବାଚସ୍ପତି ପ୍ରାର୍ଥୀ କରାଯାଇଥିବାରୁ ଜିଲ୍ଲା ସଂଗଠନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ସାଲୁଗାଙ୍କୁ ଉପବାଚସ୍ପତି ଭାବେ ଘୋଷଣା କରି, ଆଦିବାସୀ କାର୍ଡ ଖେଳିଛି ବିଜେଡି । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା । ବିଧାନସଭାର ମଧ୍ୟ ଅଭିଜ୍ଞତା ରହିଛି । ଚଳିତ ମାସ ୪ ତାରିଖରେ ହିଁ ସାଲୁଗାଙ୍କୁ ଦଳ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଥିଲା । ବର୍ତ୍ତମାନ ପୁଣି ସେ ଉପବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ମାତ୍ର ୧୬ ଦିନ ଦାୟିତ୍ୱରେ ରହିବା ପରେ କାହିଁକି ତାଙ୍କୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦବୀର ପ୍ରାର୍ଥୀ ଭାବେ ଦଳ ସାମନାକୁ ଆଣିଲା ? ଜିଲ୍ଲା ସଂଗଠନରେ ସାଲୁଗାଙ୍କୁ ନେଇ ଗୋଷ୍ଠୀ କନ୍ଦଳ ତୀବ୍ର ହେଲା କି ? ନା ଟ୍ରାଇବାଲ କାର୍ଡ ଖେଳି ବିଜେଡି ଡ୍ୟାମେଜ୍ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)