• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyclone

Landfall Of Cyclone Gulab
ରାତି ୯ଟାରେ ଆରମ୍ଭ ହେବ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା : ଗଞ୍ଜାମ ଓ ଗଜପତିରେ ଅଧିକ ପ୍ରଭାବ ପଡ଼ିବ

ବାତ୍ୟା ଗୁଲାବ୍‌ରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି । ଆଜି ପ୍ରାୟ ରାତି ୯ଟା ପରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ । ତାବା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ ବୋଲି ଆକଳନ କରାଯାଉଛି ।

ndrf team
ଗୁଲାବର ମୁକାବିଲା ପାଇଁ ରାଜ୍ୟରେ ଓଡ୍ରାଫ ସହିତ ୧୩ଟି ଏନଡିଆରଏଫ୍ ଟିମ୍ ମୁତୟନ

ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ଆସିଛି । ଗଞ୍ଜାମକୁ ୩, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ୫ଟି ଟିମ୍ ମୁତୟନ କରାଯାଇଛି ।

cyclone warning
ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ

ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ଆରମ୍ଭ ହୋଇସାରିଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ତେଣୁ  ଗତକାଲି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Cyclone
ଆସୁଛି ବାତ୍ୟା ! ୧୨ ଘଣ୍ଟାରେ ଗଭୀର ଅବପାତ

ଆସନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖରୁ ୨୮ ତାରିଖରେ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। 

Flood
ବାତ୍ୟା ପରେ ବନ୍ୟା କରୁଛି ହନ୍ତସନ୍ତ ! ଏବେ ବି ଅନେକ ଗାଁ ପାଣି ଘେରରେ, ପାଲ ତଳେ କଟୁଛି ଦିନ

ବାଲେଶ୍ୱର: ବାତ୍ୟା ୟାସ ଯିବାର ୨ ଦିନ ପରେ ସୁବର୍ଣ୍ଣରେଖା ନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଫଳରେ ସୁବର୍ଣ୍ଣରେଖାର ଗର୍ଭ ଫୁଲୁଥିବାରୁ ବାଲେଶ୍ୱର ଜିଲ୍ଲାର ୩ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା…