/odishatv-khabar/media/post_attachments/uploadimage/library/16_9/16_9_0/pakistan_1747023957.jpg)
pakistan
ଯୁଦ୍ଧ ବିରାମ ପରେ ଆଜି ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ କଥାବାର୍ତ୍ତା। ଦିନ ୧୨ଟାରେ ବସିବ ଉଭୟ ଦେଶର DGMO ସ୍ତରୀୟ ବୈଠକ। ଏହା ଉପରେ ରହିଛି ସାରା ବିଶ୍ୱର ନଜର ।
Advertisment
ମେ' ୧୦ ତାରିଖରେ ହୋଇଥିବା DGMO ସ୍ତରୀୟ ବୈଠକରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ। ଅସ୍ତ୍ର ବିରତି ଘୋଷଣା ପରଠୁ ସୀମାରେ ଶାନ୍ତି ପରିସ୍ଥିତି ରହିଛି। ଏପଟେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପିଏମ୍ ମୋଦି କହିଛନ୍ତି, ସେପଟୁ ଗୁଳି ଚଳାଇଲେ, ଏପଟୁ ଗୋଳା ବର୍ଷିବ ।
ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’
ପିଏମ୍ ସଫା ସଫା ଶୁଣାଇଛନ୍ତି, କାଶ୍ମୀର ପ୍ରସଙ୍ଗରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏବେ କେବଳ ଗୋଟିଏ ପ୍ରସଙ୍ଗ ବାକି ଅଛି, ତାହେଲା- ପାକ୍ ଅଧିକୃତ କାଶ୍ମୀରକୁ ଫେରାଇ ଆଣିବା।
Advertisment
ଏହାବ୍ୟତୀତ ଅନ୍ୟ କୌଣସି କଥା ନାହିଁ। ଯଦି ସେମାନେ ଆତଙ୍କବାଦୀଙ୍କୁ ଆମ ହାତରେ ଟେକି ଦେବେ, ତେବେ ଯାଇ ଆଲୋଚନା ହୋଇପାରେ। ଭାରତ ଚାହେଁ ନାହିଁ ଏଥିରେ ଆଉ କିଏ ମଧ୍ୟସ୍ଥତା କରୁ।
ଅଧିକ ପଢ଼ନ୍ତୁ: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)