Cyclone Dana: କେନ୍ଦ୍ରାପଡ଼ା ରାଜନଗରରେ ଦେଖାଦେଇଛି ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ l ଲୋକଙ୍କ ଭିତରେ ସିଲିଣ୍ଡର୍ ନେଇ ଘରେ ରଖିବାକୁ ଲାଗିଛି ଯେମିତି ପ୍ରତିଯୋଗିତା ।
୬୭ କର୍ପୋରେଟରଙ୍କୁ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବାତ୍ୟା ମୁକାବିଲା ପାଇଁ ରାଜଧାନୀରେ ୮୦ରୁ ଉର୍ଦ୍ଧ୍ବ ଆଶ୍ରୟସ୍ଥଳୀ କରାଯାଇଥିବା ମେୟର କହିଛନ୍ତି ।
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।
ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ନେଇ ସୂଚନା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ ।
କେତେ ସୁରକ୍ଷିତ ଉପକୂଳ ଓଡ଼ିଶାର ବିଭିନ୍ନ ପୁରୁଣା ବାତ୍ୟା ଆଶ୍ରୟସ୍ଥଳୀ? ବାତ୍ୟା ପ୍ରକୋପରୁ ବର୍ତ୍ତିବାକୁ ଠିକ୍ ଅଛି ତ ଆଶ୍ରୟସ୍ଥଳୀର ଅବସ୍ଥା?
ସମୁଦ୍ରରୁ ମାଡ଼ି ମାଡ଼ି ଆସୁଛି ବାତ୍ୟା, ସରି ସରି ଆସୁଛି ପ୍ରସ୍ତୁତି ସମୟ । ବିପର୍ଯ୍ୟୟ ମୁକାବିଲା ତୟାରି ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ।
ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କଥା ଛାଡ଼ନ୍ତୁ, ମାର୍କେଟରୁ ଏକ ପ୍ରକାର ଉଭାନ୍ ହୋଇଗଲାଣି ଆଳୁ, ପିଆଜ ।
ଅସଲି ଖଡ଼ିରତ୍ନ ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା।
ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର ।
ଚିତ୍ର ସ୍ପଷ୍ଟ ହେଲା । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା- ଦାନା ।
ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର ।
ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଚାଲିଛି ।
ଲୋକେ ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଜି ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ। IMD ଡିଜି ଆଜି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ।
ଓଡ଼ିଶା ଓ ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସନ୍ତା ୨୪ରେ ବାତ୍ୟା ପହଞ୍ଚିବା ନେଇ ଆକଳନ ପରେ ବାଲେଶ୍ବର ଜିଲ୍ଲାରେ ପଶିଛି ଛନକା। ତେବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି।
ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳରେ ପଶିଛି ଛନକା । ବାରମ୍ବାର ବାତ୍ୟାର ସାମ୍ନା କରିଥିବା ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ପୁଣି ବାତ୍ୟା ଭୟ ।
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ଦାନା ।
ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ।
ଲୋକଙ୍କର ଘର ଭାଙ୍ଗି ଦେଇଛି ହରିକେନ୍ ମିଲଟନ୍। ଉଡ଼ାଇ ନେଇଛି ଷ୍ଟାଡିୟମ୍ ଛାତ।
ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ବାତ୍ୟା ମିଗଜୋମ୍ ପ୍ରଭାବ । ଅମଳ ସମୟରେ ଅଦିନିଆ ବର୍ଷାରେ ବିଲରେ ବତୁରିଗଲା କଟା ଧାନ । ଚିନ୍ତାରେ ଚାଷିକୂଳ, ନା ଘରକୁ ନେଇପାରୁଛନ୍ତି ନା କ୍ଷେତରେ ଛାଡ଼ି ପାରୁଛନ୍ତି । ଲଗାଣ ବର୍ଷାର ପ୍ରଭାବରେ ପଲିଥିନ୍ ବି ଉତ୍ପାଦିତ ଫସଲକୁ ଦେଇପାରିଲାନି ସୁରକ୍ଷା ।
ଚେନ୍ନାଇ ଏୟାରପୋର୍ଟରେ ପଶିଲା ପାଣି...ଘର ଭିତରେ ଆଣ୍ଠୁଏ ପାଣି ...ଜଳସ୍ରୋତରେ ଭାସିଲା କାର..
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି ।
ବାତ୍ୟା ମୁକାବିଲା ଲାଗି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ବେଳେ ଏହାର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।