/odishatv-khabar/media/post_attachments/uploadimage/library/16_9/16_9_0/cyclone_1647416928.jpg)
cyclone
ଆସୁଛି ବାତ୍ୟା । ଆସନ୍ତା ୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା । ହେଲେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ସୂଚନା ଦେଇଛନ୍ତି । ତେବେ ୨୩ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ତେବେ ବାତ୍ୟାର ପ୍ରଭାବ କ’ଣ ରିହବ , କେତେ କ୍ଷତି କରିବ ତାହା ସ୍ପଷ୍ଟ ହୋଇନାହିଁ ।
Advertisment
ଗତକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ । ଏହା କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆଉ ତା’ପରେ ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବାର ଅନେକ ସମ୍ଭାବନା ରହିଛି । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି କହିଛନ୍ତି IMD ଡିଜି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)