• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

covid19
ପର୍ବ ପାଳନକୁ ହଁ, ଘରୁ ବାହାରିବାକୁ ନା

କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ସମସ୍ତଙ୍କୁ ଘାରିଛି ମୃତ୍ୟୁର ଭୟ। ଆଉ ଏହାରି ମଧ୍ୟରେ ଘରର କବାଟ ଠକ୍‌ଠକ୍‌ କଲାଣି ମହାମାରୀ। ତେବେ ଏହା ଭିତରେ ପର୍ବପର୍ବାଣୀ ଆସିଗଲାଣି।

Covid Test
ରାଜ୍ୟରେ କମିଲା କରୋନା ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୩୧୬ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

corona
ସ୍କୁଲ ଖୋଲିଲା ପରେ ବଢିଲା ସଂକ୍ରମଣ

କରୋନା ମହାମାରୀ ସମୟରେ ସ୍କୁଲ ଖୋଲିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାରଣ ଦେଶରେ ତୃତୀୟ ଲହର ଆସିବା ବହୁ ପୂର୍ବରୁ ଦ୍ୱିତୀୟ ଲହରରେ ପିଲାମାନେ ଘାଇଲା କଲାଣି। କାରଣ ଅନେକ ସ୍ଥାନରେ ପିଲାମାନେ କରୋନାରେ ଆକ୍ରାନ୍ତ ହେଲେଣି। ପୂର୍ବରୁ ମଧ୍ୟ ପିଲାମାନଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ ବ୍ୟାପିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ।

man bites snake
କରୋନା ଭଲ କରିଦେବ ସାପ ବିଷ?

କରୋନାକୁ ନେଇ ଏବେ ପୁଣି ଥରେ ବଢିଛି ଚିନ୍ତା। ଗତ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ସ୍ଥିତି ଏମିତି ହେଲାଣି ଯେ, କରୋନା ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ। ତେବେ ଏହାରି ମଧ୍ୟରେ, ବ୍ରାଜିଲ ବେଜ୍ଞାନିକମାନେ ଯେଉଁ ଖବର ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି

covid 19
୨୪ ଘଣ୍ଟାରେ କରୋନା ସଂକ୍ରମଣ ୩୫.୬ ପ୍ରତିଶତ ବୃଦ୍ଧି

କାଲି ଦିନକରେ ଦେଶରୁ ୪୧, ୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୪୬୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩, ୭୮, ୧୮୧ରେ ପହଞ୍ଚିଥିବାବେଳେ ସୁସ୍ଥ ହାର ୯୭.୫୧ ରହିଛି।

corona virus
୨୪ ଘଂଟାରେ ରାଜ୍ୟରେ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।

Covid Unlock Guidelines For Sept
ଆଜିଠୁ ରାଜ୍ୟରେ କରୋନା କଟକଣା କୋହଳ; ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ରାତି ୧୦ ଯାଏ ଖୋଲା ରହିବ ଦୋକାନ

ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି। 

Corona
ଦୁଆର ମୁହଁରେ ପହଞ୍ଚିଲାଣି ଥାର୍ଡ଼ ୱେଭ୍‌: ଟିକା ନେବା ପାଇଁ ଲାଇନ୍‌ରେ ରହୁଛି ଜୋତା ଓ ଛତା

ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।

covid19
କରୋନାରେ ଆକ୍ରାନ୍ତ ହୋଇ ୪ ଶିଶୁଙ୍କ ଗଲା ଜୀବନ

କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦ ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ସଂକ୍ରମଣରେ ଶିକାର ହେବାରେ ଲାଗିଛନ୍ତି।

covid19 vaccination
ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।

Corona Virus
କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୭୭୯ ନୂଆ ସଂକ୍ରମିତ

ଧୀରେ ଧୀରେ ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୭୭୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୫ ଆକ୍ରାନ୍ତ ହୋଇଛନ୍ତି ।

Odisha sees 1107 new Covid19 positive cases
ଦେଶରେ ଦିନକୁ ଦିନ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୪୪,୬୫୮ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିବାରେ ଲାଗିଛି କରୋନା। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୪୪,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ୪୯୬ ଜଣଙ୍କ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୬,୦୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୬,୮୬୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

corona
ଏକ ଘରୋଇ ସ୍କୁଲରୁ ୨୨ ପିଲା କରୋନା ପଜିଟିଭ୍‌: ଚିନ୍ତାରେ ଅଭିଭାବକ

କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍‌ କରିଛି ବିଏମ୍‌ସି।

vaccinating all school teachers
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସବୁ ରାଜ୍ୟକୁ କହିଛନ୍ତି। 

covid19
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୩୭,୫୯୩ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୧୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

Corona Virus
କେବେ କମିବ କରୋନା? ବ୍ରିଟିଶ ବୈଜ୍ଞାନିକ କଲେ ବଡ଼ ଖୁଲାସା

କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍‌ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍‌କୁ ଭ୍ୟାକ୍ସିନ୍‌ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ ଚଳିବା ସହ ଅନ୍ୟ କୌଣସି ରାସ୍ତା ନଥିବା ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି। ଏହାସହ ଭବିଷ୍ୟତରେ ବୁଷ୍ଟର ଡୋଜ୍‌ ନେବାକୁ ମଧ୍ୟ ପଡ଼ିପାରେ।

vaccination
କରୋନା ଟିକା ନେଲେ ଏଣିକି ହାତରେ ଲାଗିବ ଷ୍ଟାମ୍ପ!

କରୋନାକୁ ହରାଇବାକୁ ହେଲେ ଟିକାକରଣ ହିଁ ଏକମାତ୍ର ବାଟ। ଏକଥା ଆମେ ନୁହେଁ ବରଂ ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କହୁଛନ୍ତି। ଦ୍ୱିତୀୟ ଲହରର ଗମ୍ଭୀରତାକୁ ନଜରରେ ରଖି ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଟିକାକରଣ ସ୍ଥାନରେ ଲୋକମାନେ ଟିକା ନପାଆନ୍ତି ତେବେ ସ୍ଥିତି କଣ ହେବ?

PM Narendra Modi
ସେପ୍ଟେମ୍ବର-ଅକ୍ଟୋବରରେ ଦିନକୁ ୬ ଲକ୍ଷ ଆସିପାରେ କରୋନା କେସ୍‌: ଜରୁରୀ ବୈଠକ ଡ଼ାକିଲେ ପ୍ରଧାନମନ୍ତ୍ରୀ

କରୋନାକୁ ନେଇ ବଢିବାରେ ଲାଗିଛି ଚିନ୍ତା। ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଆତଙ୍କିତ ହେଉଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି?

Puri Srimandir
ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ଦୀର୍ଘ ୪ ମାସର ଅପେକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧା

Corona 3rd wave
ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ: ଦୈନିକ ସଂକ୍ରମିତ ହେବେ ୫ ଲକ୍ଷ !

ପ୍ରଥମ ଲହରରେ ଡରାଇଲା। ଦ୍ୱିତୀୟ ଲହରରେ ଭୟଙ୍କର ହେଲା। ସମ୍ଭାବ୍ୟ ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ। ନିତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ଆକଳନକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କିଛି ଏଭଳି ଆଶଙ୍କା କରାଯାଇଛି। ପଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏମ୍ପାଓ୍ୱାର୍ଡ କମିଟିର ଆକଳନ ଅନୁଯାୟୀ, ତୃତୀୟ ଲହର ପିକ୍ ସମୟରେ ଦେଶରେ ଦିନକୁ ୪-୫ ଲକ୍ଷ ପଜିଟିଭ୍ କେସ୍ ବାହାରିବ।

corona virus
ଦେଶରେ କମିଲା ସଂକ୍ରମଣ: ୨୪ ଘଂଟାରେ ମାତ୍ର ୨୫,୦୭୨ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୯ ଜଣଙ୍କ ପ୍ରାଣ ଯାଇଛି। ଗତ ୧୬୦ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୪,୪୯,୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୭୫୬ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

Odisha sees 1193 new corona positive cases
ରାଜ୍ୟରେ ପୁଣି ୭୬୧ ଜଣ କରୋନା ସଂକ୍ରମିତ, ୬୮ ମୃତ

ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

covid19
ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା କେସ୍‌: ୨ ଲକ୍ଷ ICU ବେଡ଼୍‌ ରଖିବାକୁ ପରାମର୍ଶ

ଟେନ୍‌ସନ୍‌ ଦେଉଛି କରୋନା। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ସ୍ଥିର ରହୁଛି ସତ କିନ୍ତୁ ସଂକ୍ରମଣକୁ ନେଇ ନୀତି ଆୟୋଗ ଯେଉଁ ତଥ୍ୟ ଦେଇଛି ତାହାକୁ ନେଇ ପୁଣି ଏବେ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଯେଉଁ ସଂକ୍ରମଣ ହେବ ଅର୍ଥାତ୍‌ ଯଦି କରୋନାରେ ୧୦୦ ଜଣ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ମେଡ଼ିକାଲରେ ଭର୍ତ୍ତି ହେବେ

corona virus
ଦେଶରେ ଏବେ ସ୍ଥିର ରହୁଛି ସଂକ୍ରମଣ, ୨୪ ଘଂଟାରେ ୩୦,୯୪୮ ସଂକ୍ରମିତ ହେଲେ ଚିହ୍ନଟ

ଦେଶରେ ସ୍ଥିର ରହୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ମହମାରୀ ଦୋଳି ଖେଳିବା ପରେ ପ୍ରାୟ ୩ ଦିନ ହେବ ସଂକ୍ରମଣ ସ୍ଥିର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୩୦,୯୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୪,୨୪,୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୩୪,୩୬୭ରେ ପହଞ୍ଚିଛି ସୁସ୍ଥଙ୍କ ସଂଖ୍ୟା

Dmet Chief CBK Mohanty
ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।