• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

Containment Zone Back In Bhubaneswar
ପୁଣି ଭୁବନେଶ୍ୱରରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି।

Usasi Misra
ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା

ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା। ତାଙ୍କର କୋଭିଡ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। RTPCR ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଉଷଶି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଛନ୍ତି କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Health Director Vijay Mohapatra
ନଭେମ୍ବର ଯାଏଁ ସତର୍କ ରୁହ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜିଲ୍ଲାଓ୍ୱାରୀ ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ଅଧିକ କାଶ, ସରଦି ରହେ, କରୋନାକୁ ବଢ଼ାଇପାରେ। ତେଣୁ ଭିଡ଼ କମାଇ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Covid19
ଦିନକରେ ୪୫୩ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରରୁ ଜଣେ ୫୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ଓ ଜଣେ ୪୫ ବର୍ଷ ପୁରୁଷଙ୍କ ମୃତ୍ୟୁ ହୋଇଛି।

covid-vaccination
କରୋନା: ଦେଶରେ ଦିଆଗଲାଣି ୯୦କୋଟି ଡ଼ୋଜ୍‌ ଟିକା

ଦେଶରେ ଦିଆଗଲା ୯୦ କୋଟିରୁ ଅଧିକ ଡୋଜ୍ କରୋନା ଟିକା। ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ୯୦ କୋଟି ଡୋଜ୍ ଟପିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନ ସ୍ଲୋଗାନ୍ ଦେଇଥିଲେ ଏବଂ କରୋନା ଭ୍ୟାକ୍ସିନ ସେହି ଅନୁସନ୍ଧାନର ଫଳ ବୋଲି ସେ ଲେଖିଛନ୍ତି ।

Mall in Twin City
'ସପିଂ ମଲ୍‌ରେ ଭିଡ଼ ଏଡ଼ାଇବା ପାଇଁ ରହିବେ ସ୍ୱତନ୍ତ୍ର ସ୍କ୍ୱାଡ୍'

ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ସୂଚନା ମିଳିଛି ।

1078 new Covid19 positive cases in odisha
୨୪ ଘଂଟାରେ ଦେଶରେ ୨୪,୩୫୪ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୨୪,୩୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୭,୯୧,୦୬୧ରେ ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୮,୫୭୩ରେ ପହଞ୍ଚିଛି।

Health Director Bijay Mohapatra
ପାର୍ବଣରେ ଘରୁ ବାହାରିବା ଅନୁଚିତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ, ହାର୍ଟ, ଲଙ୍ଗସ, ବ୍ରେନ ଉପରେ ପ୍ରଭାବ ପକାଇଥାଏ। ବିଶେଷକରି ଫୁସଫୁସ୍ ଉପରେ ଅଧିକା ପ୍ରଭାବ ପଡିଥାଏ।

corona
କମୁଛି ସଂକ୍ରମଣ: ୨୪ ଘଂଟାରେ ୪୭୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ୧୯୯ ରହିଛି

corona virus
ଡବଲ ଡୋଜ୍‌ ନେବା ପରେ ବି ୨୯ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ହେଲେ ଆକ୍ରାନ୍ତ

କରୋନା କମିବାରେ ନା ନେଉନାହିଁ। ଭ୍ୟାକ୍ସିନ ନେବା ପରେ ମଧ୍ୟ ଅନେକ ପୁଣି ଥରେ କରୋନାର ଆକ୍ରାନ୍ତ ହେଉଛନ୍ତି। ମୁମ୍ବାଇରେ ଏକଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି

india coronavirus update 25 september 2021
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୨୩,୫୨୯ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୨୩,୫୨୯ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାମାରୀ ୩୧୧ ଜଣଙ୍କ ନେଇଛି ପ୍ରାଣ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୭,୩୯,୯୮୦ରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୪୮,୦୬୨ରେ ପହଞ୍ଚିଛି।

india coronavirus update 25 september 2021
ଦେଶରେ କମିବାରେ ଲାଗିଛି ସଂକ୍ରମଣ: ୨୪ ଘଂଟାରେ ୧୮ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୧୮ ହଜାର ୮୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩ ଶହରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି ମହାମାରୀ

Covid-19 Guidelines Extended
ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ସ, ପାର୍ବଣରେ ଅଧିକ ସତର୍କ ରହିବାକୁ ପରାମର୍ଶ

ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ‌ଆସିନାହିଁ।

Covid Death
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେ ରାଜ୍ୟ ସରକାର: କୋଭିଡ୍ ମୃତକଙ୍କ ପରିବାରକୁ ଦେବେ ୫୦ ହଜାର

କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।  କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଥିଲେ।

biden got a booster dose
କରୋନାର ବୁଷ୍ଟର ଡୋଜ ନେଲେ ବାଇଡେନ

ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।

sanghamitra pati says on sero survey
ସେରୋ ସର୍ଭେ; ସର୍ବାଧିକ ଆଣ୍ଟିବଡି ସୃଷ୍ଟି ହୋଇଛି ଖୋର୍ଦ୍ଧା ଜିଲ୍ଲାରେ

 ରାଜ୍ୟର ୧୨ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଛି ୭୩ ପ୍ରତିଶତ ଆଣ୍ଟିବଡ଼ି। ଅର୍ଥାତ ଏହି ୧୨ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟିକୁ ନେଇ ବିଶେଷ ଫରକ୍ ନାହିଁ। RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି। 

Corona
ଦେଶରେ ୨୪ ଘଂଟାରେ ୩୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ଦେଶରେ ୩୧,୩୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୫,୯୪,୮୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୩୬୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା

Covid Vaccination
ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ

ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା।

Wear Mask
୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୩ କରୋନା ସଂକ୍ରମିତ, ୧୮ ବର୍ଷରୁ କମ୍‌ ବର୍ଗର ୯୫ ଜଣ ଚିହ୍ନଟ

ରାଜ୍ୟରେ ପୁଣି ୬୦୦ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ରାଜ୍ୟରେ ୬୨୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୫ ଜଣ ଅଛନ୍ତି।  

AIIMS Doctor Team
ଇକ୍‌ମୋ ଚିକିତ୍ସାରେ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର

ଏମ୍‌ସର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା। ତେବେ ଫୁସଫୁସ୍‌ରେ ଗଭୀର ସଂକ୍ରମଣ ସନ୍ଦେହ କରି ଏମ୍ସର ଏକ ବିଶେଷଜ୍ଞ ଡାକ୍ତର କମିଟି ଦ୍ୱାରା ଇକମୋ ଚିକିତ୍ସା କରାଯାଇଥିଲା।

Coronavirus
କୋଭିଡ୍‌ର ନୂଆ ଭ୍ୟାରିଆଣ୍ଟ ପରୀକ୍ଷଣ ପାଇଁ ପଞ୍ଜାବ୍‌ରେ ଖୋଲିଲା ଲ୍ୟାବ୍

ରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପଞ୍ଜାବରେ ଖୋଲାଯାଇଛି ନୂଆ ଲ୍ୟାବ୍‌ । ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ପଞ୍ଜାବ୍‌ ହେଉଛି ପ୍ରଥମ ରାଜ୍ୟ ଯିଏ ଏହି ସର୍ବପ୍ରଥମେ ଭାଇରସ୍ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ (VRDL) କୁ ଖୋଲିଛି

Corona Testing
୨୪ ଘଣ୍ଟାରେ ରାଜ୍ୟରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୯୪ ରହିଛି।

Corona Vaccination
ମୋଦୀଙ୍କ ଜନ୍ମଦିନରେ ରେକର୍ଡ : ଦିନକରେ ଦୁଇ କୋଟି ଟିକାକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ଜନ୍ମଦିନ ଅବସରରେ କରୋନା ଟୀକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସାରା ଦେଶରେ ୨ କୋଟିରୁ ଅଧିକ ଟିକା ଦିଆଯାଇଛି

Student
ସ୍କୁଲ ବନ୍ଦ ହେବା ପରେ ପାଠ ଭୁଲିଗଲେଣି ପିଲା। ଚିନ୍ତାରେ ଅଭିଭାବକ

ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି

Corona
ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ୨୪ ଘଂଟାରେ ୩୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୪,୪୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୩,୮୧,୭୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା