Advertisment

୨୪ ଘଣ୍ଟାରେ କରୋନା ସଂକ୍ରମଣ ୩୫.୬ ପ୍ରତିଶତ ବୃଦ୍ଧି

କାଲି ଦିନକରେ ଦେଶରୁ ୪୧, ୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୪୬୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩, ୭୮, ୧୮୧ରେ ପହଞ୍ଚିଥିବାବେଳେ ସୁସ୍ଥ ହାର ୯୭.୫୧ ରହିଛି।

author-image
Minati Mishra
ଅଦ୍ୟତନ ହୋଇଛି
covid 19

covid 19

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ କେସରେ ୩୫.୬ ପ୍ରତିଶତ ବୃଦ୍ଧି ଘଟିଛି। କାଲି ଦିନକରେ ଦେଶରୁ ୪୧, ୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୪୬୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩, ୭୮, ୧୮୧ରେ ପହଞ୍ଚିଥିବାବେଳେ ସୁସ୍ଥ ହାର ୯୭.୫୧ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩, ୯୬୪ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୩, ୧୯, ୯୩,୬୪୪ ଛୁଇଁଛି। 

Advertisment

ସେହିପରି ସାପ୍ତାହିକ ପଜିଟିଭିଟି ହାର ୨.୫୮ ପ୍ରତିଶତ ରହିଛି। ଏହି ହାର ଗତ ୬୮ ଦିନ ଧରି ୩ ପ୍ରତିଶତ ଥିଲା। ସେହିପରି ଦୈନିକ ସଂକ୍ରମଣ ହାର ୨.୬୧ ରହିଛି। ଦେଶରେ ଗତ କାଲି ସବୁଠାରୁ ଅଧିକ ଲୋକଙ୍କୁ ଟିକା ଦିଆ ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧, ୩୩, ୧୮, ୭୧୮ ଜଣଙ୍କୁ ଭାକ୍ସିନ ଦିଆଯାଇଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୬୫, ୪୧,୧୩, ୫୦୮  ଭାକ୍ସିନେସନ କରାଯାଇଛି। କେବଳ ଅଗଷ୍ଟ ମାସରେ ୧୮.୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି। 

କରୋନା ସଂକ୍ରମଣକୁ ଦେଖି ଦେଶରେ ସ୍କୁଲ ଖୋଲିବା ପାଇଁ ଅନୁମତି ଦିଆଯିବା ପରେ ଏବେ ଛାତ୍ରମାନଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ପଞ୍ଜାବରେ ଜୁଲାଇ ମାସରେ ୧୭ ବର୍ଷର ପିଲାଙ୍କ ସଂକ୍ରମଣ ହାର ୬.୫ ପ୍ରତିଶତ ଥିବାବେଳେ ଅଗଷ୍ଟରେ ଏହା ବୃଦ୍ଧି ପାଇ ୧୬.୧ ପ୍ରତିଶତରେ ପହଞ୍ଚିଛି। ସେହିପରି  ବିହାରରେ ଏହି ହାର ଜୁଲାଇ ତୁଳାରେ ଅଗଷ୍ଟା ମାସରେ ୫.୩ ପ୍ରତିଶତ ବୃଦ୍ଧି ପାଇଛି। 

Advertisment

ଅନ୍ୟପକ୍ଷେ ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଡରାଉଛି। ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରାମକ ହେବା ସହ କୋଭିଡ ଟିକାରୁ ମିଳୁଥିବା ସୁରକ୍ଷାକୁ ମାତ୍‌ ଦେବାର ଆଶଙ୍କା ଦେଖା ଦେଇଛି। ଓଡ଼ିଶାର ସ୍ଥିତି ଦେଖିଲେ, ରାଜ୍ୟରେ ୨୪ ଘଣ୍ଟାରେ  ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ମିଶାଇଲେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି।  

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖି କଟକଣା ବି କୋହଳ କରାଯାଇଛି। ସପ୍ତାହାନ୍ତ ସଟଡାଉନ ହଟିବା ସହ ୮ଟା ପରିବର୍ତ୍ତେ ୧୦ଟା ଯାଏ ଖୋଲା ରହିବ ଦୋକାନ ବଜାର। ଏହି ନିୟମ ଆଜିଠାରୁ ଲାଗୁ ହୋଇଛି।

India COVID19 Updates COVID19
Advertisment
Advertisment