Advertisment

କରୋନା ଭଲ କରିଦେବ ସାପ ବିଷ?

କରୋନାକୁ ନେଇ ଏବେ ପୁଣି ଥରେ ବଢିଛି ଚିନ୍ତା। ଗତ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ସ୍ଥିତି ଏମିତି ହେଲାଣି ଯେ, କରୋନା ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ। ତେବେ ଏହାରି ମଧ୍ୟରେ, ବ୍ରାଜିଲ ବେଜ୍ଞାନିକମାନେ ଯେଉଁ ଖବର ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି

author-image
Sarbeswar
ଅଦ୍ୟତନ ହୋଇଛି
ପ୍ରତିଶୋଧର ନିଆଁ: ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରି ଦେଲେ

man bites snake

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ପୁଣି ଥରେ ବଢିଛି ଚିନ୍ତା। ଗତ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ସ୍ଥିତି ଏମିତି ହେଲାଣି ଯେ, କରୋନା ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ। ତେବେ ଏହାରି ମଧ୍ୟରେ, ବ୍ରାଜିଲ ବେଜ୍ଞାନିକମାନେ ଯେଉଁ ଖବର ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି କି ଖୁବଶୀଘ୍ର ସାପ ବିଷରୁ କରୋନାର ଚିକିତ୍ସା କରାଯିବ।

Advertisment

ବ୍ରାଜିଲର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ ବିଷରେ ରହିଥିବା ଏକ ଅଣୁ ମାଙ୍କଡ଼ର କୋଷରେ କରୋନା ଜୀବାଣୁ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ। ତେବେ ଏ ପର୍ଯ୍ୟନ୍ତ ମଣିଷ ଦେହରେ କୋଭିଡ ବିରୋଧରେ ଏହି ବିଷର ପ୍ରଭାବ ବିଷୟରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି କି, ବିଷରୁ କରୋମା ଚିକିତ୍ସା ହୋଇପାରିବ।

ବୈଜ୍ଞାନିକ ପତ୍ରିକା ମଲିକ୍ୟୁଲ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ ଜାରାକୁସୁ ପିଟ୍ ଭାଇପର ମାଙ୍କଡ କୋଷରେ ଜୀବାଣୁଙ୍କର ୭୫ ପ୍ରତିଶତ ବୃଦ୍ଧି ହେବାର କ୍ଷମତାକୁ ପ୍ରତିରୋଧ କରିଛି। ସୋ ପାଉଲୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଫେଲ ଗୁଇଡୋ କହିଛନ୍ତି ଯେ ସାପର ବିଷର କିଛି ଅଂଶ ଜୀବାଣୁଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରୋଟିନକୁ ପ୍ରତିରୋଧ କରିପାରିବ। ଏହି ଅଣୁ ହେଉଛି ଏକ ପେପ୍ଟାଇଡ୍ କିମ୍ବା ଆମିନୋ ଏସିଡ। ଯାହା କରୋନା ଜୀବାଣୁର PLPro ଏନଜାଇମ୍ ସହିତ ବାନ୍ଧିହୋଇଥାଏ। ଏହା ଅନ୍ୟ କୋଷଗୁଡିକର କ୍ଷତି ନକରି ଜୀବାଣୁ ବୃଦ୍ଧିର ପ୍ରତିବନ୍ଧକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ବିଶେଷଜ୍ଞମାନେ ସାପ ଶିକାର କରିବା ଏବଂ ଧରିବା ଅନାବଶ୍ୟକ ବୋଲି କହିଛନ୍ତି।

Advertisment

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୁଇଡୋ କହିଛନ୍ତି ଯେ, ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପାଇଁ ପୂର୍ବରୁ ଚିହ୍ନଟ ପେପ୍ଟାଇଡ୍ ଲ୍ୟାବରେ ପ୍ରସ୍ତୁତ ହୋଇପାରିବ। ଏହି କାରଣରୁ, ସାପ ଧରିବା ଆବଶ୍ୟକ ନାହିଁ। ତେବେ ସାପ ବିଷରୁ ପ୍ରକୃତରେ କରୋନା ଭଲ ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏପଟେ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ କେସରେ ୩୫.୬ ପ୍ରତିଶତ ବୃଦ୍ଧି ଘଟିଛି। କାଲି ଦିନକରେ ଦେଶରୁ ୪୧, ୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୪୬୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩, ୭୮, ୧୮୧ରେ ପହଞ୍ଚିଥିବାବେଳେ ସୁସ୍ଥ ହାର ୯୭.୫୧ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩, ୯୬୪ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୩, ୧୯, ୯୩,୬୪୪ ଛୁଇଁଛି।

Coronavirus COVID19 Snake-venom
Advertisment
Advertisment