• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid19

Corona
ଆସୁଛି ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି।

Bhubaneswar Sub Collector Office
ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ

ଆଜିଠୁ ୫ ଦିନ ଯାଏ ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ବନ୍ଦ। ଉଭୟ ଅଫିସ୍‌ର ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଆଜିଠୁ ୨୧ ତାରିଖ ଯାଏ ଉଭୟ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। 

Coronavirus
ପୁଣି ଧୀରେ ଧୀରେ ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୨୮ ପଜିଟିଭ୍‌ ଚିହ୍ନଟ

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ଧୀରେ ଧୀରେ ବଢ଼ୁଥିବା ଦେଖିବାକୁ ମିଳିଛି। ଜୁଲାଇ ୧୬ରି ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  

Corona Virus
ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ ଓ କଲେଜ୍‌ ବନ୍ଦ କଲେ ସରକାର

ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ। ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି। ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଂଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି। ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ସହ ଲୋକଙ୍କୁ କୌଣସି ବି ପରିସ୍ଥିତିରେ ନିଜ ନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି।

Corona
ଦେଶରେ ପୁଣି ବଢିଲା ସଂକ୍ରମଣ। ୨୪ ଘଂଟାରେ ୩୦,୫୭୦ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି

covid will be controlled in country
ଏନସିଡିସି ନିର୍ଦ୍ଦେଶକଙ୍କ ସୂଚନା- ଦେଶରେ ୬ ମାସ ଭିତରେ କମିବ କରୋନା

କରୋନା ମହାମାରୀରେ ଖୁବ୍‌ ଶୀଘ୍ର ଲାଗିବ ଲଗାମ୍ ।  ଶେଷ ହେବ କୋଭିଡ ବିରୋଧରେ ଚାଲିଥିବା ଯୁଦ୍ଧ। ଏମିତି ଆଶ୍ୱାସନାବାଣୀ ଶୁଣାଇଛନ୍ତି ନାଶନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ (NCDC)  ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ।

Odisha Health Services Director Bijay Mohapatra
ଏ ପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ, କେଉଁ ସମୟରେ ସଂକ୍ରମଣ ବଢ଼ିପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା କମିଥିଲେ ମଧ୍ୟ ଢିଲା ନ ମାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ପଜିଟିଭିଟି ରେଟ୍ କମ୍‌ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ଏ ପର୍ଯ୍ୟନ୍ତ ପୁରାପୁରି ଟଳି ନାହିଁ। କେଉଁ ସମୟରେ ସଂକ୍ରମଣ ବଢ଼ିପାରେ। 

Test For COVID19
କିଛି ଦିନ କମିବା ପରେ ଓଡ଼ିଶାରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Corona
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୨୭,୧୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ୨୮୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ।

New COVID19 Positive Cases In Odisha
୨୪ ଘଣ୍ଟାରେ ରାଜ୍ୟରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ବାହାରିଲେ

ରାଜ୍ୟରେ ୨୪ ଘଣ୍ଟାରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଅଛନ୍ତି।କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Coronavirus
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ସୁସ୍ଥତାସଂଖ୍ୟା ୩,୨୪,୮୪,୧୫୯ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୩,୬୨,୨୦୭ ଆକ୍ଟିଭ୍‌ କେସ୍‌ ରହିଛି।

Health Services Director, Dr Bijay Mohapatra
ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ ମଣ୍ଡପରେ ଜମିବ ଭିଡ଼; ବଢ଼ିପାରେ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି।

Coronavirus
୨୪ ଘଣ୍ଟାରେ ରାଜ୍ୟରେ ୬୪୯ କରୋନା ସଂକ୍ରମିତ ଚିହ୍ନଟ, ଆଉ ୬ ଆକ୍ରାନ୍ତ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୬୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୨୬୮ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଅଛନ୍ତି। 

CDC
ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ

ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍ ସିକ୍ୱେନ୍ସିଂ ହୋଇଥିଲା।ସେଥିରୁ ୮୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟ।

corona
ଦେଶରେ ଆଜି କମିଲା ସଂକ୍ରମଣ। ୨୪ ଘଣ୍ଟାରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା

Corona Vaccination
ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୩ ହଜାର ଚିହ୍ନଟ ହେଲେ ଆକ୍ରାନ୍ତ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।

Dmet Chief CBK Mohanty
ପିଲାଙ୍କ ନିକଟରେ ସଂକ୍ରମଣ ଓ ତୀବ୍ରତା କମ୍: DMET

କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

Corona Vaccination
କରୋନା ଟିକା ଅସଲି ନା ନକଲି ଜାଣିବେ କେମିତି?

କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା

corona virus
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୩୧ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି

ppe kit doctor
ପିପିଇ କିଟ୍‌ ପିନ୍ଧି ରୋଗୀ ଦେଖୁଥିଲେ ଡାକ୍ତର: ଭୂତ ଭୂତ କହି ପାଟି କଲେ ରୋଗୀ, ଆଉ ତା’ପରେ ହେଲା କଣ?

ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍‌ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।

corona
ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ଆଜି କେତେ ଜଣ କରୋନାରେ ହେଲେ ଆକ୍ରାନ୍ତ

ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିବା ସୂଚନା ମିଳିଛି

Ravi Shastri
ରବି ଶାସ୍ତ୍ରୀଙ୍କୁ କରୋନା, ପ୍ରତି ଖେଳାଳୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି।

corona virus
ଦୋଳି ଖେଳୁଛି କରୋନା ଗ୍ରାଫ୍‌: ୨୪ ଘଂଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।

corona
ପୁଣି ବେକାବୁ ହେଲାଣି ସଂକ୍ରମଣ: ୨୪ ଘଂଟାରେ ୪୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂ‌ର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

DMET Cbk Mohanty
କରୋନାର ତୃତୀୟ ଲହରିରେ ଶିଶୁମାନେ ଅଧିକ ସଂକ୍ରମିତ ହୋଇପାରନ୍ତି: DMET

‘ଶିଶୁମାନେ ତୃତୀୟ ଲହରିରେ ପ୍ରତିଶତ ହିସାବରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି। ତେଣୁ ଆନୁପାତିକ ଭାବେ ଶିଶୁ ସଂକ୍ରମଣ ହିଁ ଅଧିକ ରହିପାରେ।’