Advertisment

୨୪ ନିର୍ବାଚନ ପାଇଁ କଂଗ୍ରେସର କସରତ, ଆଜିଠୁ ଆରମ୍ଭ ହେଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ ।

author-image
Santosh Kumar Sahoo
Bharat Jodo Nyay Yatra

Bharat Jodo Nyay Yatra

କଂଗ୍ରେସର ଭାଗ୍ୟରେ ପରିବର୍ତ୍ତନ ପାଇଁ, ଦଳରେ ପୁଣି ଥରେ ଜୀବନ୍ୟାସ ଦେବାକୁ ଆଜିଠାରୁ ରାହୁଲ ଗାନ୍ଧି ଆରମ୍ଭ କରିଛନ୍ତି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ହିଂସାଗ୍ରସ୍ତ ମଣିପୁରର ଥୋବଲରୁ ଏହାର ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ‘ଖୋଙ୍ଗଜୋମ୍ ଯୁଦ୍ଧ ସ୍ମାରକୀ’ରେ ଶ୍ରଦ୍ଧାଞ୍ଜଳି ଦେଇ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ମଣିପୁରର ଶୀର୍ଷ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଏହି ଯାତ୍ରା ଆରମ୍ଭ କରାଯାଇଛି।

Advertisment

ପୂର୍ବରୁ ଏହି ଯାତ୍ରା ସେଣ୍ଟ୍ରାଲ ଇମ୍ଫାଲରୁ ଆରମ୍ଭ ହେବାର ଥିଲା। କିନ୍ତୁ ମଣିପୁରରେ ଜାରି ରହିଥିବା ହିଂସା ଯୋଗୁ ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ କଂଗ୍ରେସକୁ ଅନୁମତି ଦେଇ ନ ଥିଲେ। ତେଣୁ ଇମ୍ଫାଲ ଠାରୁ ୨୫ କିଲୋମିଟର ଦୂରରେ ଥିବା ଥୋବାଲ ଜିଲ୍ଲା ଠାରୁ କଂଗ୍ରେସ ନିଜର ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି।

୬ ହଜାର ୭୦୦ କିଲୋମିଟର୍ ବିଶିଷ୍ଟ ଏହି ୬୭ ଦିନର ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ । ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହୋଇ ଏହି ଯାତ୍ରା ଉତ୍ତର ଓ କେନ୍ଦ୍ରୀୟ ଭାରତ ଦେଇ ମାର୍ଚ୍ଚ ୨୦ ତାରିଖ ଦିନ ମହାରାଷ୍ଟ୍ରରେ ଶେଷ ହେବ। ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ବସ୍ ଯୋଗେ ଏହି ଦୂରତା ଅତିକ୍ରମ କରିବେ। ଓଡ଼ିଶାର ୪ଟି ଜିଲ୍ଲା ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଦେଇ ଗତି କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା।

Advertisment
India News Congress Rahul Gandhi Manipur
Advertisment
Advertisment