Advertisment

ବଡ଼ ଚର୍ଚ୍ଚାର ଅନ୍ତ ଘଟାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର ଗସ୍ତ ଅବସରରେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ashwini Vaishnaw

Ashwini Vaishnaw

ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ବୋଲି ଲାଗିରହିଥିବାରୁ ଚର୍ଚ୍ଚାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖଣ୍ଡନ । ବାଲେଶ୍ୱର ଗସ୍ତ ଅବସରରେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ଲଢ଼ିବି ନାହିଁ, ଏଠାରେ ପ୍ରତାପ ନନା ଅଛନ୍ତି। ଅର୍ଥାତ ପ୍ରତାପ ଷଡ଼ଙ୍ଗୀ ଏଠାରେ ଅଛନ୍ତି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ।

Advertisment

ବାଲେଶ୍ୱର ରେଳଷ୍ଟେସନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ରେଳମନ୍ତ୍ରୀ। ତା’ସହ ବାଲାଶ୍ୱର ପରିବର୍ତ୍ତେ ବାଲେଶ୍ୱର ଲେଖିବାକୁ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଝାଡେଶ୍ୱର ଶିବ ମନ୍ଦିରକୁ ଯାଇ ସେବା ପୂଜା କରିଥିଲେ। ଏହାପରେ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଦାନ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଶେଷରେ AIIMS ସାଟେଲାଇଟ ହସ୍‌ପିଟାଲ ଯାଇ ପରିଦର୍ଶନ କରିଥିଲେ।

Advertisment

BJP BJD Odisha Politics Congress
Advertisment
Advertisment