• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍। ଯିଏ ବିପୁଳ ଭୋଟରେ ଜିତିବ ତାଙ୍କୁ ନବୀନ ନିବାସ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି । କଟକ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କୁ ଏମିତି ପ୍ରଲ୍ଲୋଭନ ଦେଇଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ । ତେବେ ପାଣ୍ଡିଆନ୍‌ଙ୍କ ଏଭଳି ମନ୍ତବ୍ୟ ଅନେକଗୁଡିଏ ପ୍ରଶ୍ନକୁ ଜନ୍ମ ଦେଇଛି।

କେଉଁ ଆସନରେ ଦଳର ନେତା କିଏ ତାହା ଜାଣନ୍ତି ନାହିଁ କି ବିଜେଡି ସୁପ୍ରିମୋ ? ପ୍ରାର୍ଥୀ ବିଧାୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, ସେଠି ପାଣ୍ଡିଆନଙ୍କ ଭୂମିକା କଣ ? 

ତେବେ କଟକ ସଭାରେ ପାଣ୍ଡିଆନ ନେତାଙ୍କୁ କେବଳ ପ୍ରଲ୍ଲୋଭନ ଦେଇ ନାହାନ୍ତି ଟାସ୍କ ବି ଦେଇଛନ୍ତି। ହସ ହସ ମୁହଁରେ ନାଲି ଆଖି ବି ଦେଖାଇଛନ୍ତି। ୨୦୧୪ ଓ ୨୦୧୯ର ନିର୍ବାଚନର ତଥ୍ୟ ଦେଇ ୨୦୨୪ରେ ତାଠାରୁ ଢେର ଭଲ କରିବା ପାଇଁ ଚାଲେଞ୍ଜ ବି ରଖିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ସଭାରେ ଥିବା ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂଙ୍କ ଭଳି ବରିଷ୍ଠ ନେତା ବି ପାଣ୍ଡିଆନଙ୍କ କଥାରେ ଉତଫୁଲ୍ଲିତ ହୋଇ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପାଇଁ ପାଣ୍ଡିଆନ ହିଁ ଏକମାତ୍ର ମାଧ୍ୟମ।

ପାଣ୍ଡିଆନ୍‌ଙ୍କ କଟକ କ୍ଲିନ୍ ସ୍ୱିପ୍ ଭାଷଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ପାଣ୍ଡିଆନଙ୍କ ପତିଆରା ଓ ଦଳୀୟ ନେତାଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କହିଛି ପାଣ୍ଡିଆନ ଦଳୀୟ ନେତାଙ୍କୁ ଏଭଳି କହିବା ଲଜ୍ଜାଜନକ । ସେହିପରି ବିଜେପି କହିଛି ଲୋକେ ବାହାସ୍ଫୋଟର ଜବାବ ଦେବେ। ଅନ୍ୟପକ୍ଷରେ ରାଜନୈତିକ ସମୀକ୍ଷକ କହିଛନ୍ତି ଯେ ବିଜେଡିରେ ପାଣ୍ଡିଆନଙ୍କ ଭୂମିକା କଣ ତାହା କାହାରିକୁ ଅଛପା ନାହିଁ ।

ବିଜେଡିରେ ଦଳୀୟ ନେତାଙ୍କ ସ୍ଥିତି କଣ ତାହା ପାଣ୍ଡିଆନ୍‌ଙ୍କ ଭାଷଣରୁ ସ୍ପଷ୍ଟ ହେଉଛି । ତେବେ ଟିକଟ କଟିବା ଭୟର କେହି ମୁହଁ ଖୋଲିବା ସ୍ଥିତିରେ ନଥିବା ଚର୍ଚ୍ଚା ହେଉଛି ।'

 

  • Reported by:
  • DEBASHISH MOHANTY , JAGDISH DAS , BIBARTAN PANDA