/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716020555.jpg)
Balasore BJP Road Show
ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ କରିଛନ୍ତି ରୋଡ୍ ସୋ’ । ରାଜ୍ୟର ଏହି ଶୀର୍ଷ ନେତା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସମସ୍ତ ହେଭିୱେଟ ବାଲେଶ୍ୱରରେ କରିଛନ୍ତି ବିଶାଳ ରୋଡ୍ ସୋ' ।
ରୋଡ୍ ସୋ’ କରାଯାଇଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବୈଜୟନ୍ତ କହିଛନ୍ତି ଜୁନ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ‘ନବୀନ ବାବୁଙ୍କୁ ଓଡ଼ିଶାରେ ଲୋକ ମିଳିଲେନି, ଜଣେ ଭଡ଼ାଟିଆକୁ ଆଣି ନେତା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ନବୀନ ଅପମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍ କରିବେ, ମୋଦି ଗ୍ୟାରେଣ୍ଟି । ବିଜେପି ୨୧ ଲୋକସଭା ଜିତିବ, ରାଜ୍ୟରେ ବିଜେପି ସରକାର ହେବ ।’
ତେବେ ରାଜ୍ୟରେ ବିଜେପି ସରକାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି । କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା ବାରମ୍ବାର ଓଡ଼ିଶା ଆସୁଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ଏକାଧିକ ରୋଡ୍ ସୋ’ କରୁଛନ୍ତି ।
କିଛି ଦିନ ପୂର୍ବରୁ ଭବୁନେଶ୍ୱରରେ ମୋଦି ରୋଡ୍ ସୋ’ କରିଥିବା ବେଳେ ଜେପି ନଡ୍ଡା ମଧ୍ୟ ରୋଡ୍ ସୋ କରିଥିଲେ । ଅନ୍ୟପଟେ ଅମିତ ଶାହ କଟକରେ କରିଥିଲେ ରୋଡ୍ ସୋ’ । ତେବେ ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ସଭା କରିବେ । ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭା କରିବେ ଶାହ । ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗ ଦେବେ ।
ତେବେ ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ରେ ପୁରୀରେ ସକାଳ ୮ଟାରେ ରୋଡ ସୋ କରି ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ତାପରେ ଅନୁଗୁଳ ଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢ଼େ ୧୧ଟାରେ କରିବେ ଜନ ସମାବେଶ।
ତାପୂର୍ବରୁ ୧୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ । ୨୧ ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଗସ୍ତ କରିବେ। ୧୯ ତାରିଖ କୁଚିଣ୍ଡାରେ ସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)