• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମେ’ ୨୧ରେ ଗୃହମନ୍ତ୍ରୀ ଓଡ଼ିଶାରେ ୪ଟି ସ୍ଥାନରେ ସଭା କରିବେ । ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭା କରିବେ ଶାହ । ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗ ଦେବେ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ସେହିପରି ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖ ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ତାପରେ ଅନୁଗୁଳରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢ଼େ ୧୧ଟାରେ କରିବେ ଜନ ସମାବେଶ । ତା ପୂର୍ବରୁ ୧୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।

ସେପଟେ ଗତକାଲି ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ରାଉରକେଲାରେ ପହଞ୍ଚିବା ପରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଶାହ । ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ସହ ୭୫ରୁ ଅଧିକ ବିଧାନସଭା ସିଟ୍ ଜିତି ଡବଲ୍ ଇଞ୍ଜିନ ସରକାର କରିବ ବିଜେପି । ରାଉରକେଲାରେ ଏଭଳି ବଡ଼ ଦମ୍ଭୋକ୍ତି ପ୍ରକାଶ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ସେ କହିଥିଲେ, ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍ ଟପିଗଲେଣି । ଏଥର ମୋଦିଜୀ ୪ ଶହ ପାର୍ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି । ଓଡ଼ିଶାରେ ଡବଲ ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି । ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଜିତିବ ବିଜେପି । ଏଥିସହ ଓଡ଼ିଶାରେ ୭୫ରୁ ଅଧିକ ବିଧାନସଭା ମଧ୍ୟ ଜିତିବ ବିଜେପି । ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ ।

ଏଥିସହ ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ ଚାଲିବ ବୋଲି ପ୍ରଶ୍ନ ଉଠାଇଥିଲେ ଶାହ । କହିଥିଲେ ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା କାମ କରିଛନ୍ତି ମୋଦି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ ନିର୍ବାଚନ । କଂଗ୍ରେସ ଏଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନି । ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି । ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ
ଚାଲିବ, କହନ୍ତୁ ।

ପ୍ରଭୁ ଜଗନ୍ନାଥଙ୍କ ସବୁ ଦ୍ୱାର ଖୋଲା ଯାଉନାହିଁ । ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି । ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି । ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ଏବଂ ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି ନବୀନ ବାବୁ କହନ୍ତୁ ବୋଲି ଖୋଲାଖୋଲି ପଚାରିଥିଲେ ଶାହ ।