ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି ।
ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୪ ମାସ ଭିତରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ମିଳିଛି ବୋଲି ସରକାର ହିସାବ ରଖୁଛନ୍ତି ।
ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?
ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି।
ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ? ଖୋଲାଖୋଲି ଅସନ୍ତୋଷ ଜାହିର କଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।
ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । ରାଜ୍ୟରେ ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ
ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।
ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍ ଶାହାଙ୍କୁ ଭେଟିଛନ୍ତି ଶରଦ
ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଥିବା କଥା ବୈଠକରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ଇ-ରୂପି ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି, ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ ଘର ପାଇଁ ଦହଗଞ୍ଜ ହେଉଛନ୍ତି। ଆଉ ଏଭଳି ସ୍ଥିତିରେ ଯୋଜନାରୁ ବାଦ୍ ଯୋଗ୍ୟ ହିତାଧିକାରୀଙ୍କ ରୋଷ ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ିରେ
ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସଂଗୀନ ଅଭିଯୋଗ । ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ବୋଲି ନିଶିକାନ୍ତ ଆଜି ଅଭିଯୋଗ ଆଣିଛନ୍ତି ।
ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ।
ଏସ୍ ନିଜଲିଙ୍ଗପ୍ପା (୧୯୬୨-୬୮),ଡ଼ି ଦେବରାଜ ଉର୍ସ (୧୭୭୨-୧୯୭୭) ଏବଂ ସିଦ୍ଧରମେୟା(୨୦୧୩-୨୦୧୮) ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସମସ୍ତେ କଂଗ୍ରେସର ନେତା ଥିଲେ କିନ୍ତୁ ଜେଡ଼ିଏସ୍ କିମ୍ବା ବିଜେପିର କୌଣସି ନେତା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମାପନ କରିନାହାନ୍ତି
ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।
କିନ୍ତୁ ବର୍ତ୍ତମାନ ସମୟରେ ୟେଦ୍ୟୁରପ୍ପା କାମଚଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଏମିତିରେ ୩ ଜଣଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଦଳୀୟ ମୁଖ୍ୟପାତ୍ର କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ମୁଖ୍ୟମନ୍ତ୍ରୀ କରିବୁ। ଆଗାମୀ ଦିନରେ ସାଧାରଣ ନିର୍ବାଚନ ହେବ ତେଣୁ ସ୍ଥିତି ଓ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀ ଚୟନ କରିବୁ
ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି।
ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।
ଦେଶରେ କୋଭିଡରେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କ ଜୀବନ ଯାଇନାହିଁ । ଏନେଇ କେନ୍ଦ୍ର ସରକାର କହିବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।
ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ସୂଚନା ଅନୁସାରେ, କର୍ଣ୍ଣାଟକରେ କ୍ୟାବିନେଟ୍ ପୁନଃନିର୍ମାଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ୟେଦିୟୁରପ୍ପା ଇସ୍ତଫା ଦେଇପାରନ୍ତି
ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରର ପ୍ରତିବାଦ। ଅତ୍ୟାଚାରର ପ୍ରତିବାଦ କରି ଆଜିଠୁ ଆରମ୍ଭ ହୋଇଛି ବିଜେପିର ମହିଳା ସୁରକ୍ଷା ଯାତ୍ରା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ରାଜ୍ୟର ୭ଟି ରୁଟ୍ ଦେଇ ୧୧ ଦିନ ଧରି ମେ ୨୯ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମଧ୍ୟରେ ୪୫୦ ସାଧାରଣ ସଭା ଅନୁଷ୍ଠିତ ହେବ। ସଭାରେ ମହିଳାଙ୍କ ସମସ୍ୟା, ଅଧିକାର ଏବଂ ସୁରକ୍ଷା ସମ୍ପର୍କିତ ବାର୍ତ୍ତା […]