Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପଛରେ ବିଜେଡି ରଚିଛି ଷଡଯନ୍ତ୍ର: ବିଜେପି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା। ଆଉ ଏହା ପଛରେ ସରକାରୀ ଦଳର ଚକ୍ରାନ୍ତକୁ ସାମ୍ନାକୁ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

author-image
Chandan Shishu
Congress Hartal

Congress Hartal

ଭୁବନେଶ୍ୱର: ଶୋଭାଯାତ୍ରା, ବିକ୍ଷୋଭ, ପ୍ରତିବାଦ, ନାରାବାଜି। ସକାଳ ୬ରୁ ଦିନ ୧୨ ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ କଂଗ୍ରେସର ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ହରତାଳ। କଟକରୁ କଳାହାଣ୍ଡି, ବାଲେଶ୍ୱରରୁ ବ୍ରହ୍ମପୁର, ସମ୍ବଲପୁରରୁ ଜୟପୁର, ସବୁଠି ସମାନ ଚିତ୍ର। ରାଜଧାନୀ ଭୁବନେଶ୍ୱରରେ ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକରେ କଂଗ୍ରେସ ନେତା ଓ କର୍ମୀଙ୍କ ଆନ୍ଦୋଳନ  ଶାନ୍ତିପୂର୍ଣ୍ଣ ବାଇକ ରାଲି ସହ ପୋଷ୍ଟର ଧରି ନାରାବାଜି ବିଧାନସଭା ଘେରାଉ ପାଇଁ ଅଗ୍ରସର ବେଳେ ପୋଲିସ ଦ୍ୱାରା ଅଟକ ଛାତ୍ର କଂଗ୍ରେସ କର୍ମୀ।

Advertisment

ତେବେ ବନ୍ଦ ନକରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ପ୍ରତିବାଦର ଅଭିନବ ତରିକା ଆପଣାଇଥିଲା ଦଳ କେଉଁଠି ଚକୋଲେଟ୍ ବାଣ୍ଟି ତ କେଉଁଠି ହାତ ଯୋଡି ହରତାଳକୁ ସମର୍ଥନ କରିବାକୁ କରିିଥିଲା ନିବେଦନ। ଶେଷରେ ହରତାଳ ସବୁଠି ସଫଳ ହୋଇଥିବା ଦାବି କରି ଦରକାର ପଡିଲେ ଦଳ ମମିତାଙ୍କୁ ନ୍ୟାୟ ପାଇଁ ହାଇକୋର୍ଟ ଯିବ ବୋଲି କହିଛି କଂଗ୍ରେସ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା। ଆଉ ଏହା ପଛରେ ସରକାରୀ ଦଳର ଚକ୍ରାନ୍ତକୁ ସାମ୍ନାକୁ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ଯେଉଁମାନେ ହାଇକୋର୍ଟରେ ଏ ସଂପର୍କିତ ମାମଲା ଲଢୁଥିଲେ ସେମାନେ ବିଜେଡି ଲିଗାଲ୍ ସେଲର ବୋଲି ଅଭିଯୋଗ କରିଛି କଂଗ୍ରେସ।

Advertisment

ସେହିପରି ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପରେ ତତକ୍ଷଣାତ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ସହଜରେ ଗ୍ରହଣ କରିପାରିନି ବିଜେପି। ଅନ୍ୟପଟେ ବିଜେଡି କହିଛି ଶସ୍ତା ରାଜନୀତି ନକରିି ପ୍ରମାଣ ଥିଲେ ନ୍ୟାୟାଳୟକୁ ଯାଆନ୍ତୁ ବିରୋଧୀ। ତେବେ ଶାନ୍ତିପୂର୍ଣ୍ଣ ହରତାଳର ପ୍ରଭାବ ସାଧାରଣ ଜୀବନ ଯାତ୍ରାରେ ପଡି ନଥିଲେ ମଧ୍ୟ ଶାସକ ଦଳ ଉପରେ କେତେ ପ୍ରଭାବ ପଡୁଛି ତାହା ଆଗକୁ ସ୍ପଷ୍ଟ ହେବ।

BJD BJP Congress Hartal Mamita Murder Case
Advertisment
Advertisment