• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ବିଜେପି ସରକାର ହେବ । ବିଜେଡିକୁ କେହି ପସନ୍ଦ କରୁ ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ । ଜୟନାରାୟଣ କହିଛନ୍ତି, ଆଜି ଯାଏ BJP ର ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀ କିମ୍ବା କେନ୍ଦ୍ର ପଦାଧିକାରୀ ମେଣ୍ଟ ସପକ୍ଷରେ କହି ନାହାଁନ୍ତି ।

ଦଳ ସୁଦୃଢ ଅଛି, ତେଣୁ କୌଣସି ବି ରାଜନୈତିକ ଦଳକୁ ଜବାବ ଦେବାକୁ ବଦ୍ଧପରିକର । ନିଜ ଅସୁସ୍ଥତା ସଂପର୍କରେ ସେ କହିଛନ୍ତି, ସେ ସମ୍ବଲପୁରରେ ନ ଥିବା ବେଳେ ଝିଅ ଶୁଭଶ୍ରୀ ଓ କର୍ମୀମାନେ ଲୋକଙ୍କ ଦୁଃଖସୁଖରେ ସାମିଲ ହେଉଥିଲେ । ଦଳ ଯାହାକୁ ଚାହିଁବ, ତାକୁ ଟିକଟ ମିଳିବ । ବିଭିନ୍ନ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ସେପଟେ ଓଡ଼ିଶାରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହେବ । ୪ଟି ପର୍ଯ୍ୟାୟରେ ହେବ ମତଦାନ । ମେ ୧୩ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅର୍ନ୍ତଗତ ୨୮ଟି ବିଧାନସଭା ଆସନରେ ହେବ ମତଦାନ । ଏଥିପାଇଁ ଏପ୍ରିଲ୍ ୧୮ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।

ମେ’ ୨୦ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ସିଟ୍ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କାରେ ଭୋଟ୍ ହେବ । ସେହି ଦିନ ଏହି ୫ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ବି ହେବ ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ଲାଗି ଏପ୍ରିଲ୍ ୨୬ରେ ଜାରି ହେବ ବିଜ୍ଞପ୍ତି । ମେ’ ୨୫ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ ।

ଏହି ପର୍ଯ୍ୟାୟରେ ୬ ଲୋକସଭା ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ପାଇଁ ହେବ ଭୋଟଗ୍ରହଣ । ତୃତୀୟ ପର୍ଯ୍ୟାୟ ଲାଗି ଏପ୍ରିଲ ୨୯ରେ ଜାରି ହେବ ବିଜ୍ଞପ୍ତି । ଜୁନ ୧ରେ ଅନୁଷ୍ଠିତ ହେବ ଅନ୍ତିମ ପର୍ଯ୍ୟାୟ ଭୋଟିଂ । ଏହି ପର୍ଯ୍ୟାୟରେ ୬ ଲୋକସଭା କ୍ଷେତ୍ର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା ସିଟ୍ ପାଇଁ ହେବ ମତଦାନ ।

ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମେ’ ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ସମସ୍ତ ଆସନରେ ଜୁନ୍ ୪ରେ ହେବ ଭୋଟ୍ ଗଣତି । ଓଡ଼ିଶାରେ ଏଥର ଭୋଟ ଦେବେ ମୋଟ ୩ କୋଟି ୩୨ ଲକ୍ଷ ମତଦାତା । ୩୭ ହଜାର ୮୦୯ଟି ବୁଥ୍ ହେବ । ୨୨ ହଜାର ୬୮୫ରେ ୱେବକାଷ୍ଟିଂ ହେବ ।