Advertisment

ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ବିଜେଡି ପାଇଁ ବିଦ୍ରୋହୀ ମ୍ୟାନେଜ୍‌ ବଡ଼ ଚ୍ୟାଲେଞ୍ଜ

ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Poltical Party prepared for elections

ନିର୍ବାଚନ ତାରିଖ ଘୋଷଣା ସହ ଜୋର୍ ଧରିଲା ଟିକେଟ୍ କସରତ୍। ହାତରେ ସମୟ କମ୍, ଏଣେ ବିଦ୍ରୋହୀଙ୍କୁ ମ୍ୟାନେଜ୍ ଟେନ୍‌ସନ୍‌। ତାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଯୋଦ୍ଧା ବଛା ପ୍ରକ୍ରିୟା। ଟିକେଟ ଅଙ୍କ ଛିଡାଇବାକୁ ଶୀର୍ଷ ନେତୃତ୍ୱ ତନ୍ନ ତନ୍ନ କରି ଆଲୋଚନା କରୁଛନ୍ତି। ଏଣେ ରାଜନୈତିକ ସମୀକ୍ଷକଙ୍କ ମତ ବିଜେପି ଓ କଂଗ୍ରେସ ଅପେକ୍ଷା ବିଦ୍ରୋହୀଙ୍କ ପାଇଁ ବିଜେଡିର ଟେନସନ୍ ବଢିଯାଇଛି।

Advertisment

ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ ଟିକେଟ ଦେବା ନେଇ ଚାଲିଛି ବିଚାର ବିମର୍ଶ। ବିଜେଡି ୨୦୨୪ ନିର୍ବାଚନ ପାଇଁ ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବାବେଳେ ମୈଦାନରେ ମାଳ ମାଳ ଆଶାୟୀ ଟିକେଟ ବଣ୍ଟନ ଅଙ୍କକୁ ଆହୁରି ଜଟିଳ କରୁଛନ୍ତି। ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରାଯିବ ଏବଂ ଷଷ୍ଠ ପାଳିରେ ରେକର୍ଡ ସଂଖ୍ୟକ ସିଟ୍ ହାତେଇବ ତା ଉପରେ ଗୁରୁତ୍ୱ ଦେଉଛି ଶାସକ ଦଳ।

ସେପଟେ ବିଜେପି ମଧ୍ୟ ଯେଉଁସବୁ ସିଟରେ ଗତ ନିର୍ବାଚନରେ କଡ଼ା ମୁକାବିଲା ଦେଇଥିଲା ସେଠି କୋର୍ସ କରେକସନ୍ କରି ଦଳ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ପ୍ରଦୀପ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ବିଧାୟକ ବିଜେପିରେ ଯୋଗ ଦେଇଥିବାରୁ ଦଳର କନ୍ଫିଡେନ୍ସ ବଢିଛି। ସଂଗଠନ ଓ ବିଜୟ ଦକ୍ଷତା ଥିବା ପ୍ରାର୍ଥୀଙ୍କ ନାଁକୁ ନିର୍ବାଚନ କମିଟି ସୁପାରିଶ କରିଛି। ଉଭୟ ବିଜେଡି ଓ ବିଜେପି ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ ସଂସଦୀୟ କ୍ଷେତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଉ ଏପଟେ ରାଜ୍ୟ କଂଗ୍ରେସ ଚାହିଁଛି ବିଜେଡି ଓ ବିଜେପି ମେଣ୍ଟ ଖବରକୁ। ସ୍କ୍ରିନିଂ କମିଟି ବୈଠକ ହୋଇ ପ୍ରାର୍ଥୀ ଚୁଡାନ୍ତ ହୋଇଥିଲେ ବି ଏଯାଏ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ । ଯେହେତୁ ଦଳର ସଂଗଠନ ଦୁର୍ବଳ ରହିଛି ସେଥିପାଇଁ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ନେଇ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ପ୍ରସ୍ତୁତି ଚଳାଇଛି ହାତ ଦଳ।

Advertisment

ରଣକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ଯୋଦ୍ଧା ଚୟନ ଉପରେ ଏବେ ସବୁ ଦଳର ଫୋକସ୍। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେଡି ପାଇଁ ବେଶି ଅଡୁଆ କରୁଛି ଟିକେଟ୍ ଟେନସନ୍। ମେ ୧୩ ରେ ଓଡ଼ିଶାରେ ପ୍ରଥମ ଭୋଟ ପଡ଼ିବ। ହାତରେ ସମୟ କମ୍ ଥିବାରୁ ଦଳୀୟ କନ୍ଦଳକୁ ଦୂର କରି ଟିକେଟ ତାଲିକା ଚୂଡାନ୍ତ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଗୁଡକ ପ୍ରସ୍ତୁତି କରୁଛନ୍ତି। ତେବେ ବିଦ୍ରୋହକୁ ପ୍ରଶମିତ କରି ଟିକେଟ ବାଣ୍ଟିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ।

BJD BJP Congress Assembly Polls General Elections 2024
Advertisment
Advertisment