/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710746324.jpg)
Telangana Governor
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି । ସୂତ୍ର ଅନୁଯାୟୀ ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି ।
ନିଜର ଇସ୍ତଫା ପତ୍ର ସେ ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପ୍ରାର୍ଥୀ ତାଲିକାରେ ସୌନ୍ଦରରାଜନଙ୍କ ନାମ ରହିଛି । ସୌନ୍ଦରରାଜନ ହୁଏତ ଉତ୍ତର ତାମିଲନାଡୁ, ପୁଡୁଚେରୀ କିମ୍ବା ଚେନ୍ନାଇର ଦକ୍ଷିଣ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।
ଅଧିକ ପଢ଼ନ୍ତୁ: ନିର୍ବାଚନୀ ବିଗୁଲ ବାଜୁ ବାଜୁ ପ୍ରଚାର ଜୋରଦାର୍; ମେଗା ରାଲି କରିବେ ମୋଦି, ଶକ୍ତି ପ୍ରଦର୍ଶନ କଲା ଇଣ୍ଡି ମେଣ୍ଟ
ଗତ ନଭେମ୍ବର ୨୦୧୯ ରେ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ଫେବୃଆରୀ ୨୦୨୧ ରେ ପୁଡୁଚେରୀର ଲେଫ୍ଟନାଣ୍ଟ-ଗଭର୍ଣ୍ଣର ଭାବରେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଗଲା । ଏଣୁ ପଡୁଚେରୀରେ ତାଙ୍କର ପ୍ରଭାବ ଅଧିକ ଥାଇପାରେ ବୋଲି ବିଜେପି ଅନୁଭବ କରୁଛି । ଅନ୍ୟପଟେ ତାମିଲନାଡୁର ତିନୋଟି ଆସନ ମଧ୍ୟରୁ ଗୋଟିଏରୁ ପୂର୍ବତନ ରାଜ୍ୟପାଳ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ସେପଟେ ଗତ ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସେ ହାରି ଯାଇଥିଲେ । ସେ ତାମିଲନାଡୁ ବିଧାନସଭା ପାଇଁ ତିନିଥର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ୨୦୦୬ ରେ ରାଧାପୁରମ୍, ୨୦୧୧ ରେ ଭେଲାଚେରୀ ଏବଂ ୨୦୧୬ ରେ ବୀରୁଗମପକମ୍ ପାଇଁ ସେ ନିର୍ବାଚନ ଲଢ଼ିଥିଲେ । ତେବେ ସେ ସମସ୍ତ ନିର୍ବାଚନରେ ହାରି ଯାଇଥିଲେ ।
ଏପ୍ରିଲ ୧୯ ରୁ ସାତଟି ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଦକ୍ଷିଣ ଭାରତରେ ବିଜେପିର ଦବଦବା କମ ଥିବା ବେଳେ ସେହି ସବୁ ରାଜ୍ୟମାନଙ୍କରେ ଭଲ କରିବାକୁ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)