Advertisment

ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।

author-image
Satyendu Shekher Mishra
undefined

Odisha Politics

ବିଜେପିର ଏକାକୀ କସରତ। ନିର୍ବାଚନ କମିଟି ଚୂଡ଼ାନ୍ତ କରିଥିବା ତାଲିକା ଧରି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ସଭାପତି। ଯଦିଓ ମେଣ୍ଟ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି, ହେଲେ ଦଳର ନିର୍ବାଚନୀ କାର୍ଯ୍ୟକ୍ରମ ଦେଖିଲେ ଲାଗୁଛି ଏକାକୀ ଲଢିବା ପାଇଁ ଫୁଲ କନ୍‌ଫିଡେଣ୍ଟରେ ରାଜ୍ୟ ବିଜେପି ଟିମ୍। କିଛି ଦିନର ଗୁମ୍ ପରେ ଆକ୍ଟିଭ୍ ମୋଡ୍‌କୁ ଆସିଛି ଦଳ।

Advertisment

ଗତ ଶନିବାର କୋର୍ କମିଟି ବୈଠକ, ପରେ ନିର୍ବାଚନ କମିଟି ବୈଠକ ବସିଥିଲା। ଯେଉଁଥିରେ ସମସ୍ତ ବିଧାନସଭା ଆଉ ଲୋକସଭା ପାଇଁ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ବିଚାର ବିମର୍ଶ କରି ସର୍ଟ ଲିଷ୍ଟ କରିଛି ଦଳ। ଅନ୍ୟପଟେ ପୁଣି ଆରମ୍ଭ ହୋଇଛି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ। ଶୁକ୍ରବାର ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ଦାସ, ରବିବାର ମାହାଙ୍ଗାର ସୁମନ୍ତ ଘଡେଇ ଆଉ ଆଜି ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣଚନ୍ଦ୍ର ରାଉତ ବିଜେପିରେ ସାମିଲ ହୋଇଛନ୍ତି।

ଅନ୍ୟପଟେ କଂଗ୍ରେସ୍ ଘୋଷଣା କରି ବି ଏ ଯାଏଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ପାରୁନି କି ବିଜେଡିର ଅନେକ ଆସନରେ ଅଙ୍କ ଛିଡୁନି।

Advertisment

ତଥ୍ୟ କହୁଛି ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ କ୍ରମାଗତ ବଢିଛି ବିଜେପିର ଭୋଟ୍ ପ୍ରତିଶତ। ୨୦୦୯ରେ ବିଜେପି-ବିଜେଡି ଅଲଗା ଅଲଗା ଲଢି ବିଧାନସଭାରେ ବିଜେଡି ୩୮.୮୬ ଭୋଟ୍ ପାଇଥିବା ବେଳେ ବିଜେପି ମାତ୍ର ୧୫.୨୫ ପ୍ରତିଶତ ଭୋଟ୍ ସହ ହାସଲ କରିଥିଲା ମାତ୍ର ୬ଟି ବିଧାୟକ ଆସନ। କିନ୍ତୁ ୨୦୧୪ରେ ୧୮ ପ୍ରତିଶତ ଭୋଟ୍ ପାଇ ୧୦ ବିଧାନସଭା ଆସନ ହାତେଇଥିଲା ଦଳ। 

ଆଉ ୨୦୧୯ରେ ୩୨.୪୯ ପ୍ରତିଶତ ଭୋଟ୍ ପାଇ ୨୩ ବିଧାୟକ ହାତେଇଥିଲା। ତାସହିତ ମୁଖ୍ୟ ବିରୋଧୀ ଦଳ ହୋଇଥିଲା ବିଜେପି। ସେହିପରି ଲୋକସଭା ନିର୍ବାଚନରେ ବି ଅପ୍ରତ୍ୟାଶିତ ଭାବେ ବଢିଛି ଦଳର ଭୋଟ୍। ୨୦୧୪ରେ ୨୧.୮୮ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ଭୋଟ ବଢି ୩୮.୮ ପ୍ରତିଶତରେ ପହଞ୍ଚିଛି। ବିଭିନ୍ନ ସର୍ଭେ କହୁଛି ଏହି ୫ ବର୍ଷରେ ଓଡିଶାରେ ବଢିଛି ମୋଦିଙ୍କ ଲୋକପ୍ରିୟତା।

ଅନ୍ୟପଟେ ନବୀନ ସରକାରଙ୍କ ଲମ୍ବା ସମୟ ଶାସନ ବିରୋଧରେ ଜନ ଅସନ୍ତୋଷ ରହିଛି। ଯେଉଁଥି ପାଇଁ ବିଜେପି ଏକାକୀ ଲଢିବା ପାଇଁ ଇଛୁକ ଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ ଏଥର ଓଡ଼ିଶାରେ ବିଜେପିର ପ୍ରଦର୍ଶନରେ ବଡ଼ ସୁଧାର ଆସିବ।

ଗତକାଲି ବିଜେପିର ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ ଦିଲ୍ଲୀ ଗସ୍ତ କରିଥିବା ବେଳେ ଆଜି ରାଜ୍ୟ ସଭାପତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଆଶା କରାଯାଉଛି, ଏଥର ମେଣ୍ଟ ଦ୍ୱନ୍ଦ୍ୱ ଉପରୁ ପରଦା ହଟିପାରେ।

BJD BJP Congress Odisha Politics General Election 2024
Advertisment
Advertisment