• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯିବେ । ସେଠି ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା।

ଏହାପରେ ସଂଧ୍ୟାରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ନେତା, କର୍ମୀଙ୍କ ସହ ଆଲୋଚନା କରିବେ। ବିଶେଷ ଭାବେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ, ପ୍ରଚାର ଏବଂ କେନ୍ଦ୍ରୀୟ ଯୋଜନାକୁ ଗ୍ରାଉଣ୍ଡରେ ପହଞ୍ଚାଇବାକୁ ଆଲୋଚନା ହେବ। ପରେ ବ୍ରହ୍ମପୁରରେ ରାତ୍ରି ଯାପନ କରିବେ ଜେପି ନଡ୍ଡା ।

ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ନଡ୍ଡା କ’ଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଆଜି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମନମୋହନ ସ୍କୁଲ ପଡିଆରେ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାହୁଲ ଗାନ୍ଧୀ । ସ୍ୱତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ । ପରେ ସାଲେପୁରଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ରାହୁଲ ଗାନ୍ଧି।

ସାଲେପୁର ସଭାରେ ଆରମ୍ଭରୁ ବର୍ଷିଥିଲେ ରାହୁଲ । ସେ କହିଥିଲେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆର୍‌ଏସ୍‌ ମେଣ୍ଟ ପଦାକୁ ଆଣିଥିଲା। ନିର୍ବାଚନ ହେଲା, ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା। ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି। ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି। ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ।

ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି ବୋଲି କହିଥିଲେ ରାହୁଲ। ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି। ଖଣିରୁ ପ୍ରଚୁର ଲୁଟିଛନ୍ତି, କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ। ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍‌ ୫ ଶହ ଟଙ୍କାରେ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିବୁ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ ବୋଲି କହିଥିଲେ ରାହୁଲ ଗାନ୍ଧି ।