ଏବେବି ଜାରି ରହିଛି ଟିକେଟ ଦ୍ୱନ୍ଦ୍ୱ। ରାଜଧାନୀରେ ଡେରା ପକାଇଛନ୍ତି ମାଳ ମାଳ ଆଶାୟୀ। ବିଜେଡି, ବିଜେପି ଆଉ କଂଗ୍ରେସ। ତିନି ପ୍ରମୁଖ ଦଳର ବିଧାୟକ ଓ ଆଶାୟୀ ଏବେ ଭୁବନେଶ୍ୱର ହେଡକ୍ୱାର୍ଟରରେ।
BJD ଲୋକସଭା ପ୍ରାର୍ଥୀଙ୍କ ଏକାକୀ ଜିତିବାର ନାହିଁ କି ଦମ୍ ?
ଘଡ଼ିକେ ଘୋଡ଼ା ଛୁଟୁ ଥିବାରୁ ଡରରେ କେହି ଛାଡୁନାହାଁନ୍ତି ହେଡକ୍ୱାର୍ଟର ।
‘ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି କହିଲା ବିଜେପି । କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ଯାଞ୍ଚ ହେଉ’
୨୦୨୪ ନିର୍ବାଚନ ପାଇଁ ସରଗରମ ମାହୋଲ। ତା'ଆଗରେ ଏପ୍ରିଲ ମାସର ୪୩ ଡିଗ୍ରୀ ଟାଣ ଖରା ଯେମିତି କିଛି ନୁହେଁ। ସେଥିରେ ପୁଣି ନେତାଙ୍କ 'ଟିକେଟ୍' ତାତି ରାଜ୍ୟ ରାଜନୀତିରେ ଆଣିଛି ଗ୍ରୀଷ୍ମପ୍ରବାହ! ଖାସ୍ କରି ଟିକେଟ୍କୁ ନେଇ ଟେନ୍ସନ୍। ଯିଏ ଯେଉଁଠୁ ପାଇଲେ ଖଣ୍ଡେ ଖଣ୍ଡେ ଟିକେଟ୍ ନେଇ ପ୍ରଚାରରେ ଲାଗିଗଲେଣି।
ନାରାୟଣ ଲୁହା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିଲେ। ତେବେ ବିଜେଡି ପୁଣି ଥରେ ଏଠାରୁ ବିଧାୟକ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କଲା ପରେ ଅସନ୍ତୋଷ ଦେଖାଦେଇଛି।
ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ ।
ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସନ୍ତୋଷ ଖଟୁଆ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି ।
ଘୋଷଣା ହୋଇ ନଥିବା ପ୍ରାୟ ସବୁ ବିଧାନସଭା ଆସନରେ ବିଜେଡିର ବିଦ୍ରୋହ ତେଜୁଛି । ଆମଦାନୀ ନେତାଙ୍କୁ ବିରୋଧ କରୁଛନ୍ତି ଦଳୀୟ ନେତା ଓ କର୍ମୀ। ଆଉ କେଉଁଠି ବାହାର ନେତାଙ୍କୁ ଟିକେଟ ପ୍ରତ୍ୟାହାର ଦାବିରେ ଇସ୍ତଫା ଦେଲେଣି ନେତା।
ଜଣେ ପୁରା ଅଭିଜ୍ଞ, ଜଣେ ନବାଗତ, ଆଉ ଜଣେ ହେଭିୱେଟ୍ଦକ୍ଷିଣ ଓଡ଼ିଶାର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ପାରଳାଖେମୁଣ୍ଡିରେ ଏମାନଙ୍କୁ ନେଇ ଚଢ଼ିଲାଣି ପଲିଟିକାଲ୍ ପାରା । ନେତା ତତ୍ପର ହେଲେଣି, ଭୋଟର୍ ବି ଦକ୍ଷତା ପରଖିଲେଣି ।
ବିରୋଧୀ ନେତାଙ୍କ ପାଇଁ ଏବେ ସାହାଣମେଲା ବିଜେଡି ଦରବାର। ଲଗାତର ଭାବେ ପାଞ୍ଚ ପାଞ୍ଚ ଥର ସରକାରରେ ଥିବା ବିଜେଡିକୁ ଘାରିଛି କି ହାରିବା ଭୟ ? କାରଣ ଦଳରେ ଯେତେବେଳେ ପୁଳା ପୁଳା ଆଶାୟୀ, ସେତେବେଳେ କାହିଁକି ବିଜେପି ଓ କଂଗ୍ରେସ ନେତା ଦଳକୁ ଆମଦାନୀ ହେଉଛନ୍ତି ।
ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।
ଘୋଷଣା ହୋଇ ନ ଥିବା ପ୍ରାୟ ସବୁ ବିଧାନସଭା ଆସନରେ ବିଜେଡିର ବିଦ୍ରୋହ ତେଜୁଛି । ଆମଦାନୀ ନେତାଙ୍କୁ ବିରୋଧ କରୁଛନ୍ତି ଦଳୀୟ ନେତା ଓ କର୍ମୀ ।
ବିରୋଧୀ ନେତାଙ୍କ ପାଇଁ ଏବେ ସାହାଣମେଲା ବିଜେଡି ଦରବାର । ଲଗାତର ଭାବେ ପାଞ୍ଚ ପାଞ୍ଚ ଥର ସରକାରରେ ଥିବା ବିଜେଡିକୁ ଘାରିଛି କି ହାରିବା ଭୟ ?
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର। ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ।
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ।
୨୪ ମହାସଂଗ୍ରାମରେ ବଡ଼ ମୁଦ୍ଦା ହେବାକୁ ଯାଉଛି ଓଡ଼ିଆ ଅସ୍ମିତା। ବିଜେପିର ଶୀର୍ଷ ସ୍ତରର ନେତା ଏହି ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି।
ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକା ଛକି ଖେଳ। ପାଦେ ପାଦେ ପରସ୍ପରକୁ ଜଗିଛନ୍ତି ବିଜେପି-ବିଜେଡି। ୧୮ ଟି ସିଟ୍ ରେ ଏଯାଏ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି।
ମାପିଚୁପି ଟିକେଟ୍ ଘୋଷଣା କରୁଛି ବିଜେଡି। ଗୋଷ୍ଠୀ କନ୍ଦଳ ଓ ଦଳ ଡିଆଁ ଭୟ ଘାରିଛି ଶାସକ ଦଳକୁ। ଯେଉଁଥି ପାଇଁ ବିଜେଡି ଓ ବିଜେପି ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୧୮ ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନାହାନ୍ତି।
ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ।
ମନ୍ମଥ ଭୋଟ୍ ମାଗିଲେ କ’ଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି । ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ ।
ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ? ବାଲେଶ୍ୱର ଲୋକସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି ।
ଦିନକୁ ଦିନ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରେ ରୋଚକ ହେଉଛି ରାଜନୀତି। ଗୋଟିଏ ପଟେ ବିଜେପି ଯୋଦ୍ଧା ଘୋଷଣା କରି ସାରିଥିବାବେଳେ ବିଜେଡି ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଛି ତ କଂଗ୍ରେସ କସରତରେ ଅଟକିଛି। ତେବେ ୟା ଭିତରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଘଡ଼େଇ ବନାମ ଦାସ ପରିବାରର ଲିଗାସି ୱାର।
ବାଲେଶ୍ବର ଲୋକସଭା ଓ ବାକି ଥିବା ୩୯ ବିଧାନସଭାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅକଳରେ ବିଜେଡି। ସବୁଠୁ ବେଶି ଅଛିଣ୍ଡା ଅଙ୍କ ଭୁବନେଶ୍ବର ମଧ୍ୟ, ଜଗତସିଂହପୁରର ପାରାଦୀପ ଏବଂ ଏରସମା-ବାଲିକୁଦାରେ। କାହା ଟିକେଟ କାଟିବେ କାହାକୁ ରଖିବେ ସେ ନେଇ ହାଇପର ଟେନସନରେ ସୁପ୍ରିମୋ।
୨୪ ମହାସଂଗ୍ରାମ ପାଇଁ ପ୍ରାର୍ଥୀ ବଛା କସରତ୍ ଭିତରେ ପୂରା ସ୍ପଷ୍ଟ ହୋଇଯାଇଛି ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଲଢ଼େଇର ଚିତ୍ର ।