ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତା’ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।
ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍ । ଚରମରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ । ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମେ ଦେଲେ ମେଧାବୃତ୍ତି । ଆଉ ଏବେ ମେଧାବୃତ୍ତି ଆଳରେ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍ କଲ୍। ଆଶ୍ଚର୍ଯ୍ୟର କଥା ହେଲା ଫୋନ୍ କଲରେ ମେଧାବୃତ୍ତି ଆଳ ଦେଖାଇ ସିଧାସଳଖ ବିଜେଡି ସପକ୍ଷରେ ଭୋଟ୍ ଭିକ୍ଷା କରାଯାଉଛି।
ପୁଣି ନାଁ ନ ନେଇ ପାଣ୍ଡିଆନଙ୍କୁ ନିଶାନା । ପରୋକ୍ଷରେ ସାନ ବାବୁ ସମ୍ବୋଧନ କରି ଆଜି ଓଡ଼ିଶା ଶାସନ କଳର କିଛି ଭିତିରି କଥାକୁ ସାମ୍ନାକୁ ଆଣିଛନ୍ତି ଅପରାଜିତା। କହିଛନ୍ତି, ସାନ ବାବୁ, ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ୨ଟି ଜାଗାରେ ଛିଡା ହେବା ପଛରେ ଏକ ବଡ କାରଣ ଆଡକୁ ଇଙ୍ଗିତ କରି ପୋଲ୍ ଖୋଲିଛନ୍ତି। ଯାହାର ଜବାବ୍ ରଖିଛି ବିଜେଡି।
24 ମହାସଂଗ୍ରାମ ପାଇଁ ତାରିଖ ଯେତିକି ଯେତିକି ପାଖଉଛି ସେତିକି ଜମି ଆସୁଛି ପ୍ରଚାର ତାତି । କିଏ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ତ ଆଉ କେଉଁ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ବଳ ଯୋଗାଉଛି ପୂରା ପରିବାରର ସାଥ୍। ଏଭଳି କିଛି ରୋଚକ ଚିତ୍ର ଏବେ ନିର୍ବାଚନୀ ପରିବେଶକୁ ବେଶ୍ ସରଗରମ କରିଛି ।
ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି।
ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।
ଜଟଣୀ ସିଟ୍ ହାତେଇବାକୁ ବିଜେଡି ଓ କଂଗ୍ରେସର ଝାଳବୁହା ପରିଶ୍ରମ । ଜଟଣୀ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ପ୍ରୟାସ ।
ରାଜ୍ୟ ସରକାରଙ୍କ ଇ-ଫାଇଲ କିଏ ଦେଖୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା ?
ଦିଲ୍ଲୀ ଅଭିମୁଖେ ଉଡ଼ିବାର ୧୦ ମିନିଟ ପରେ ପୁଣି ଫେରିଲା । ଭୁବନେଶ୍ବର ଫେରି ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ।
ସଭା ଆରମ୍ଭରୁ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ତେବେ ଏନେଇ ବିଧାୟକ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମିଶ୍ରଣ ପର୍ବ ପରେ ବିଜେଡି ମହଲରେ ମୃଦୁ କମ୍ପନ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।
ଓଡ଼ିଶାରେ ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ରଥ ଅତନୁଙ୍କ ଉପରେ ପ୍ରବଳ ବର୍ଷି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ରେଳପଥ ସ୍ୱପ୍ନ ସାକାର କରିବାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅବଦାନ ବିନ୍ଦୁ ନୁହେଁ ସିନ୍ଧୁ ପରି ।
ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।
ନିର୍ବାଚନୀ ସଭାମଞ୍ଚରେ ବିଜେଡିର ଏଭଳି ଖୋଲାଖୋଲି ଅଭିଯୋଗ ପରେ ବିଜେଡି ଏବଂ ପାଣ୍ଡିଆନଙ୍କୁ କଡା ଭାଷାରେ ଟାର୍ଗେଟ କରିଛି ବିଜେପି ।
ପୂର୍ବରୁ 2009 ଓ 2019ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।
ବୈଜୟନ୍ତଙ୍କ କିଛି ଅବଦାନ ନଥିବା କହିଥିଲେ ଅତନୁ ସବ୍ୟସାଚୀ । ଅତନୁଙ୍କ ମନ୍ତବ୍ୟକୁ କଡ଼ା ଜବାବ ଦେଲା କେନ୍ଦ୍ରାପଡ଼ା ବିଜେପି ।
କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ । ବିଶାଳ ପଟୁଆରରେ ଯାଇ ଶକ୍ତି ପ୍ରଦର୍ଶନ କଲେ ହେଭିୱେଟ୍ ।
ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମାଲକାନଗିରିରେ ପାଣ୍ଡିଆନଙ୍କ ଭାଷଣକୁ ନେଇ ଖଡଗହସ୍ତ ବିଜେପି । କହିଲା ମିଶନ୍ ଶକ୍ତି କେନ୍ଦ୍ରର, ବନ୍ଦ ହେବନି ଦୁଇଟିଯାକ ଯୋଜନା ।
ସଂରକ୍ଷଣକୁ ନେଇ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ୍ ହେବା ପରେ, ଆରମ୍ଭ ହୋଇଛି ରାଜନୈତିକ ଘମାସାନ।
କଟକ ରାଜନୀତିରେ ଏଥର ନୂଆ ପ୍ରସଙ୍ଗ କଟକିଆ ନେତା । ବାହାର ନେତାଙ୍କୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ।
କାକଟପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍ ନ ପାଇବାରୁ ଅସନ୍ତୁଷ୍ଟ ଥିଲେ ସୁରେନ୍ଦ୍ର ।
ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ ।