Advertisment

ମନ୍ତ୍ରୀ ଟୁକୁନି ସାହୁଙ୍କ ବାହାଦୁରି; କହିଲେ, ମୋରି ପାଇଁ ହେଲା ନାହିଁ ପଦ୍ମପୁର ଜିଲ୍ଲା

ସେ କହିଛନ୍ତି, ଟିଟିଲାଗଡ଼କୁ ବାଦ ଦେଇ ପଦ୍ମପୁର ଜିଲ୍ଲା ହୋଇଥିଲେ ସେ ଆଗ ଇସ୍ତଫା ଦେଇଥାନ୍ତେ । ସେଦିନ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ପତ୍ର ଦେଇଦେଇଥାନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Tukuni Sahu Over Titilagarh District

Tukuni Sahu

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କାହିଁକି ହୋଇପାରିଲାନି ପଦ୍ମପୁର ଜିଲ୍ଲା ? ପଦ୍ମପୁର ଜିଲ୍ଲା ଘୋଷଣା ନ ହେବା ନେଇ ଆସିଲା ସାଂଘାତିକ ସତ । ଜିଲ୍ଲା ଘୋଷଣାକୁ ଅଟକାଇଥିଲେ ମନ୍ତ୍ରୀ ଟୁକୁନି ସାହୁ । ଟିଟିଲାଗଡ଼ରେ ଏକ ସଭାମଞ୍ଚରେ ସତକଥା ଓଗାଳି ଦେଲେ । ଟିଟିଲାଗଡ଼ରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନାରେ ଟୁକୁନି ସାହୁ ବଡ଼ ମନ୍ତବ୍ୟ ଦେଇଛନ୍ତି ।

Advertisment

ସେ କହିଛନ୍ତି, ଟିଟିଲାଗଡ଼କୁ ବାଦ ଦେଇ ପଦ୍ମପୁର ଜିଲ୍ଲା ହୋଇଥିଲେ ସେ ଆଗ ଇସ୍ତଫା ଦେଇଥାନ୍ତେ । ସେଦିନ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ପତ୍ର ଦେଇଦେଇଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ସେଭଳି କରିବାକୁ ଦେଲେନି ବୋଲି କହିଛନ୍ତି ଟୁକୁନି ସାହୁ । ଜିଲ୍ଲା ହେଲେ ଟିଟିଲାଗଡ଼ର ନାଁ ନିହାତି ଭାବରେ ଆଗଧାଡିରେ ରହିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଟୁକୁନି ସାହୁଙ୍କର ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅଧିକ ପଢ଼ନ୍ତୁ: ପ୍ରଚାର ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାଡ୍

Advertisment

ସୂଚନା ଅନୁସାରେ ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍‌ ପ୍ରଚାରରେ ଯାଇ ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟରମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିପୁଳ ଭୋଟ୍‌ ଦେଇ ବିଜୟୀ କରାଇଥିଲେ। ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯାଇଥିଲେ। ଆଉ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ଧନ୍ୟବାଦ ଦେଇଥିଲେ। ୨୦୨୩ ଡିସେମ୍ୱର ୩୧ ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତିକୁ ପାଳନ କରିନଥିଲେ । ଯାହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସେପଟେ ନୂଆ ଜିଲ୍ଲା ଗଠନ ଧାରାରେ ବ୍ରେକ୍ କଷିଥିଲେ ହାଇକୋର୍ଟ। ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ ଲାଗିଥିଲା । ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ହାଇକୋର୍ଟଙ୍କ ବିନା ଅନୁମିତରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ କରିପାରିବେ ନାହିଁ। ଏହା ବି ଦର୍ଶାଇଥିଲେ ଯେ ଯେହେତୁ ନୂଆ ଜିଲ୍ଲା ଗଠନ ଲାଗି କୌଣସି ଗାଇଡ୍ ଲାଇନ୍ ନାହିଁ କିମ୍ବା ଏଥିପାଇଁ କୌଣସି କମିଟି ବି ନାହିଁ, ତେଣୁ ସରକାର ଜିଲ୍ଲା ଗଠନ ନେଇ ନିର୍ଦ୍ଦେଶନାମା ଜାରି କରି ପାରିବେ ନାହିଁ ।

BJD Tukuni Sahu General Elections 2024 Padampur
Advertisment
Advertisment